fbpx

ସବୁବେଳେ ଡିପ୍ରେସନରେ ରହୁଥିବା ଲୋକଙ୍କୁ ହୋଇପାରେ ଷ୍ଟୋମାକ କ୍ୟାନ୍ସର, ଜାଣନ୍ତୁ କିପରି ବର୍ତ୍ତିବେ ?

କ୍ୟାନ୍ସର ସବୁଠାରୁ ବିପଜ୍ଜନକ ମାରାତ୍ମକ ରୋଗ ମଧ୍ୟରୁ ଅନ୍ୟତମ। ଯଦିଓ ବର୍ତ୍ତମାନ ସମୟରେ ଏହାର ଚିକିତ୍ସା ପୂର୍ବ ଅପେକ୍ଷା ବହୁତ ସହଜ ହୋଇଛି, ତଥାପି ଆଜି ମଧ୍ୟ ଏହି ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ଏଥି ମଧ୍ୟରୁ ଷ୍ଟୋମାକ୍ ବା ପାକସ୍ଥଳି କର୍କଟ ଅନ୍ୟତମ। ଏହି କର୍କଟକୁ ଗ୍ୟାଷ୍ଟ୍ରିକ୍ କର୍କଟ ମଧ୍ୟ କୁହାଯାଏ। ଏହି ପ୍ରକାର କର୍କଟ ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖାଯାଏ। ତେବେ ଷ୍ଟୋମାକ୍ କ୍ୟାନ୍ସର କାହିଁକି ହୁଏ, ଲକ୍ଷଣ କଣ, କିପରି ଏହାର ଚିକିତ୍ସା କରିବେ, ଜାଣନ୍ତୁ…

କର୍କଟ ଏପରି ଏକ ରୋଗ ଯାହା ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର। କାରଣ ଯେପର୍ଯ୍ୟନ୍ତ ରୋଗର ଲକ୍ଷଣ ଦେଖାଯାଏ ନାହିଁ, ସେପର୍ଯ୍ୟନ୍ତ ନିରାକରଣ କରିବା ଖୁବ୍ କଷ୍ଟକର। ରୋଗର ଲକ୍ଷଣ ଦେଖାଯିବା ବେଳକୁ ଏହା ଅଧିକ ଗମ୍ଭୀର ହୋଇଯାଇଥାଏ। ଅଧିକାଂଶ ଲୋକ ପେଟ ସମସ୍ୟାକୁ କେବଳ ହଜମ, ଗ୍ୟାଷ୍ଟ୍ରିକ୍ ଏବଂ କୋଷ୍ଠକାଠିନ୍ୟ ସହ ଜଡିତ କରନ୍ତି। ଏସବୁ ସମସ୍ୟା ଥିବା ଭାବି ବିଳମ୍ବରେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତି, ତେଣୁ ରୋଗ ଅଧିକ ମାରାତ୍ମକ ହୋଇଯାଏ। ତେଣୁ କେଉଁ ସବୁ ଲକ୍ଷଣ ଷ୍ଟୋମାକ୍ କ୍ୟାନ୍ସରର ସଙ୍କେତ, ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି…

କାହିଁକି ହୁଏ ଷ୍ଟୋମାକ କ୍ୟାନ୍ସର?
ଅଧିକାଂଶ ଅନୁସନ୍ଧାନରେ, ଷ୍ଟୋମାକ କ୍ୟାନ୍ସରର ଯେଉଁ କାରଣ ଜଣାପଡିଛି ତାହା ଚିନ୍ତାଜନକ। କାରଣ ଅନୁସନ୍ଧାନରୁ ଜଣାପଡିଛି ଯେ, ଚାପରେ ରହୁଥିବା ଲୋକଙ୍କର ଷ୍ଟୋମାକ୍ କ୍ୟାନ୍ସର ହେବାର ଆଶଙ୍କା ଅଧିକ। ଏହା ବାଦ୍ ପେଟରେ ଅନ୍ୟ କୌଣସି ରୋଗ ନିରାକରଣ ହୋଇନପାରିବା, ଟ୍ୟୁମର୍ ଆଦି ଷ୍ଟୋମାକ୍ କ୍ୟାନ୍ସର କରିପାରନ୍ତି। ସେହିପରି ପରିବାରରେ ଯଦି କୌଣସି ବ୍ୟକ୍ତି କ୍ୟାନ୍ସରରେ ପୀଡିତ ଥାନ୍ତି କିମ୍ବା ପୂର୍ବ ଇତିହାସ ଥାଏ, ତେବେ ଏହି ପ୍ରକାର କର୍କଟ ହେବାର ଆଶଙ୍କା ରହିଥାଏ।

ଚିକିତ୍ସା
ଷ୍ଟୋମାକ୍ କ୍ୟାନ୍ସର ବିରଳ ପ୍ରକାର କର୍କଟ ହେଲେ ବି ଏହାର ଚିକିତ୍ସା ସରଳ। କିନ୍ତୁ ସଠିକ୍ ସମୟରେ ରୋଗ ନିର୍ଣ୍ଣୟ ହେବା ଜରୁରୀ। ଷ୍ଟୋମାକ୍ କ୍ୟାନ୍ସର ପରିଲକ୍ଷିତ ହେଲେ ଡାକ୍ତରମାନେ ଅପରେସନ୍ ମାଧ୍ୟମରେ ଏହାକୁ ଉପଶମ କରିପାରନ୍ତି। ଯଦି ବାନ୍ତିରେ ରକ୍ତ ପଡ଼େ କିମ୍ବା ରକ୍ତ ବାନ୍ତି ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ। ଚିକିତ୍ସା ମାଧ୍ୟମରେ ରୋଗ ନିରାକରଣ ହୋଇପାରିବ।

Get real time updates directly on you device, subscribe now.