fbpx

ଆସନ୍ତା ବୁଧବାରଠାରୁ ଅମରନାଥ ଯାତ୍ରା ସାମୟିକ ଭାବେ ବନ୍ଦ: ମନ୍ଦିର ବୋର୍ଡର ସୂଚନା

ନୂଆଦିଲ୍ଲୀ: ପବିତ୍ର ଅମରନାଥ ଯାତ୍ରା ଆସନ୍ତା ୨୩ ତାରିଖରୁ ସାମୟିକ ଭାବେ ବନ୍ଦ ରହିବ । ଯାତ୍ରାପଥରେ କେତେକ ସ୍ଥାନରେ ମରାମତି କରିବା ଲାଗି ଏହି ବୋର୍ଡ ନିଆଯାଇଛି । ବର୍ତ୍ତମାନ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଅମରନାଥ ମନ୍ଦିର ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପରିଷଦ କହିଛି, ଯାତ୍ରାପଥରେ ଅନେକ ସମ୍ବେଦନଶୀଳ ଅଂଚଳରେ ସୀମା ସଡକ ସଂଗଠନ ପକ୍ଷରୁ ମରାମତି କାର୍ଯ୍ୟ କରାଯାଉଛି । ଦୁଇଟି ଯାକ ପଥରେ ଯାତାୟାତକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ବୋଲି ବୋର୍ଡ ସୂଚନା ଦେଇଛି ।

ତେବେ ପ୍ରତିବର୍ଷ ଜୁଲାଇରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥାଏ । ଅମରନାଥ ଗୁମ୍ଫାରେ ଆବିର୍ଭୂତ ହୋଇଥିବା ମହାଦେବଙ୍କ ବରଫ ସ୍ବରୂପ ମହାଲିଙ୍ଗକୁ ଦର୍ଶନ କରିବା ପାଇଁ ଦେଶବ୍ୟାପୀ ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି । ଚଳିତ ବର୍ଷ ୬୨ ଦିନିଆ ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ଶ୍ରାବଣ ପୂର୍ଣ୍ଣିମା ପର୍ବ ସହିତ ଶେଷ ହେବ । ଖରାପ ପାଗ ଯୋଗୁଁ ପୂର୍ବରୁ ଅମରନାଥ ସ୍ଥଗିତ ରହିହିଲା । ପାଗରେ ସୁଧାର ଆସିବା ପରେ ପୁଣି ଆରମ୍ଭ ହୋଇଥିଲା ଯାତ୍ରା ।

Get real time updates directly on you device, subscribe now.