fbpx

ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ପିତାଙ୍କର ପରଲୋକ: ୯୮ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ

ଗୋପାଳଗଞ୍ଜ : ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ପିତା ୯୮ ବର୍ଷ ବୟସରେ ପରଲୋକ ହୋଇଛି । ସେ ନିଜ ପୈତୃକ ଗାଁରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନାନୁସାରେ, ଭେଟେରାନ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ପିତା ପଣ୍ଡିତ ବନାରସ ତିୱାରୀଙ୍କର ପରଲୋକ ପୈତୃକ ଗାଁ ବରୁଲି ବ୍ଲକର ବେଲସଣ୍ଡରେ ହୋଇଛି ।

କୁହାଯାଉଛି ଯେ, ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର ଗାଁରେ କରାଯିବ । ପଙ୍କଜ ତ୍ରିପାଠୀ ତାଙ୍କର ଅନେକ ସାକ୍ଷାତକାରରେ ନିଜ ପିତାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ପିଲାଦିନେ ତାଙ୍କ ସହ ଗାଁରେ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇ ସେ ଅନେକ ଥର ଭାବପ୍ରବଣ ହୋଇପଡିଥିଲେ ।

ତେବେ ବଲିଉଡରେ ନିଜର ଚମତ୍କାର ଦେଖାଇଥିବା ଭେଟେରାନ ଅଭିନେତା ପଙ୍କଜ ତ୍ରିପାଠୀ ବିହାରର ଗୋପାଳଗଞ୍ଜ ଅଞ୍ଚଳର ବାସିନ୍ଦା । ଅଭିନେତା ପଙ୍କଜ ତ୍ରିପାଠୀ ତାଙ୍କ କ୍ୟାରିୟର ଯୋଗୁଁ ମୁମ୍ବାଇରେ ରୁହନ୍ତି । ଅନ୍ୟପଟେ ତାଙ୍କ ପିତା ଏବଂ ମା ନିଜେ ଗାଁରେ ରହୁଥିଲେ । ଏକ ଘରୋଇ ଗଣମାଧ୍ୟମ ପ୍ରତିଷ୍ଠାନ ସହ କଥାବାର୍ତ୍ତା ବେଳେ ପଙ୍କଜ ତ୍ରିପାଠୀ ଥରେ କହିଥିଲେ ଯେ, ତାଙ୍କ ପିତା ତାଙ୍କ ସଫଳତା ପାଇଁ ଆଦୌ ଆଗ୍ରହୀ ନୁହଁନ୍ତି । ଅଭିନେତା ଏପରିକି କହିଥିଲେ ଯେ, ସେ ଫିଲ୍ମ ଜଗତରେ କାମ କରନ୍ତି ବୋଲି ମଧ୍ୟ ପିତାଙ୍କୁ ଜଣାନଥିଲା ।

Get real time updates directly on you device, subscribe now.