fbpx

ଆମେରିକାରେ ପ୍ରକୃତିର ତାଣ୍ଡବ: ଏକାସାଙ୍ଗରେ ବର୍ଷା, ବନ୍ୟା , ଭୂକମ୍ପ ଏବଂ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଆମେରିକାରେ ପ୍ରକୃତି ତାଣ୍ଡବ କରିବାରେ ଲାଗିଛି । କାନାଡା ଏବଂ ହାୱାଇ ଦ୍ୱିପ ସମୁହ ପରେ ଏବେ ୱାଶିଙ୍ଗଟନର ଜଙ୍ଗଲରେ ନିଁଆ । ଏହା ପରେ ଘୃର୍ଣ୍ଣିଝଡ ଏବଂ ଭୂମିକମ୍ପ ଏବେ ଏଠାରେ ତାଣ୍ଡବ ରଚିଛିି । ଆମେରିକାର କାର୍ଲିଫର୍ଣ୍ଣିଆରେ ବାତ୍ୟା ‘ଟର୍ନାଡୋ’ ବହୁ କ୍ଷୟକ୍ଷତି କରିଛି । ଏହାଛଡା ଭୂମିକମ୍ପର ଝଟକା କାର୍ଲିଫର୍ଣ୍ଣିଆକୁ ଦୋହଲାଇ ଦେଇଛି ।

ବାତ୍ୟା, ବନ୍ୟାର ଜଳ ମେକ୍ସିକୋରେ ପହଞ୍ଚିଛି । ଏହି ଜଳ ଖୁବଶିଘ୍ର କାର୍ଲିଫର୍ଣ୍ଣିଆରେ ପହଞ୍ଚିବ । ବାତ୍ୟା ଅତି ଭୟଙ୍କର ରୂପ ନେଇ ବହୁ କ୍ଷୟ କ୍ଷତି କରିବାର ଆଶଙ୍କା ରହିଛି । କାର୍ଲିଫର୍ଣ୍ଣିଆରେ ଅଧିକ ବର୍ଷା ହେବାରୁ ବନ୍ୟା ସ୍ଥିତି ଦେଖା ଦେଇଛି । ଅନ୍ୟପଟେ ଆମେରିକାର ଦକ୍ଷଣ ପୂର୍ବରେ ସ୍ଥିତି ଭୂମିକମ୍ପ ପାଇଁ ଗମ୍ଭୀର ହୋଇଛି । ଏହି ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୫.୧ ରହିଛି । ଭୂକମ୍ପରେ କୌଣସି ବଡ ଧରଣର କ୍ଷୟ କ୍ଷତି ହୋଇଥିବା ଖବର ସାମ୍ନାକୁ ଆସି ନାହିଁ । ବର୍ଷା ଏବଂ ବାତ୍ୟା ପାଇଁ ଅନେକ ବିମାନ ଉଡାଣ ବାତିଲ ହୋଇଛି ।

ଲସଏନଜେଲ ଏବଂ ଅନ୍ୟ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । କାର୍ଲିଫର୍ଣ୍ଣିଆରେ ୭୮ କିଲୋମିଟର ବେଗରେ ପବନ ବୋହୁଛି। ବାତ୍ୟା ଯୋଗୁଁ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ମୃତ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ମେକ୍ସିକୋରେ ଘଟିଥିବା ଜଣାପଡିଛି।

Get real time updates directly on you device, subscribe now.