fbpx

କାହିଁକି ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ ୩ କରିବ ଲ୍ୟାଣ୍ଡିଂ ? ଆସନ୍ତୁ ଜାଣିନେବା ଏହା ପଛର କାରଣ

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ ଏବେ ଲ୍ୟାଣ୍ଡିଂ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଅବତରଣ କରିବା ନେଇ କାଉଣ୍ଟଡାଉନ ବି ଆରମ୍ଭ ହୋଇଗଲାଣି । ତେବେ ଇସ୍ରୋ ବହୁ ଭାବି ଚିନ୍ତି ୨୩ ଅଗଷ୍ଟକୁ ଲ୍ୟାଣ୍ଡିଂ ତାରିଖ ଭାବରେ ବାଛିଛି । ତେବେ କାହିଁକି ୨୩ ଅଗଷ୍ଟକୁ ଇସ୍ରୋ ପକ୍ଷରୁ ସଠିକ୍ ସମୟ ଭାବରେ ଧାର୍ଯ୍ୟ କରାଯାଇଛି ଆସନ୍ତୁ ଜାଣିବା ।
୨୩ ଅଗଷ୍ଟ ଅର୍ଥାତ୍ ଆଜି ସନ୍ଧ୍ୟା ୬ଘ.୪ମି.ସମୟରେ ଚନ୍ଦ୍ରଯାନ ୩ର ଳ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହାକୁ ନେଇ ପ୍ରତି ଭାରତୀୟଙ୍କ ହୃଦସ୍ପନ୍ଦନ ବଢିଯାଇଛି କାରଣ ଚନ୍ଦ୍ରଯାନ୨ ଲ୍ୟାଣ୍ଡିଂ ସମୟରେ କ୍ରଶ ହୋଇଯାଇଥିଲା । କିନ୍ତୁ ଏଥର ଏପରି ଭୁଲ୍ ହେବ ନାହିଁ ବୋଲି ଇସ୍ରୋର ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି । ତେବେ ଏଥିପାଇଁ ଅଗଷ୍ଟ ୨୩ ତାରିଖକୁ ବହୁତ ଚିନ୍ତା କରି ଧାର୍ଯ୍ୟ କରାଯାଇଛି ।
କାହିଁକି ଅଗଷ୍ଟ ୨୩ ?
୧- ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଇସ୍ରୋ ନିଜର ମିଶନକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ସୂର୍ଯ୍ୟ ଶକ୍ତିର ଉପଯୋଗ କରିବ ।
୨- ଚନ୍ଦ୍ରମାରେ ୧୪ ଦିନ ପର୍ଯ୍ୟନ୍ତ ଦିନ ଓ ୧୪ ଦିନ ପର୍ଯ୍ୟନ୍ତ ରାତି ହୋଇଥାଏ । ଯଦି ଚନ୍ଦ୍ରଯାନ ୩ ରାତି ସମୟରେ ସେଠାରେ ଅବତରଣ କରିବ ତେବେ ଏହା କାମ କରିପାରିବ ନାହିଁ ।
୩- ଇସ୍ରୋ ସମସ୍ତ ଦିଗ ଉପରେ ଅନୁଧ୍ୟାନ କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲା ଯେ, ୨୩ ଅଗଷ୍ଟରେ ଚନ୍ଦ୍ରର ଦକ୍ଷିଣ ମେରୁ ସୂର୍ଯ୍ୟ ଆଲୋକରେ ଆଲୋକିତ ହେଉଥିବ ।
୪- ସେଠାରେ ରାତ୍ରୀର ୧୪ ଦିନ ଅବଧି ୨୨ ଅଗଷ୍ଟରେ ଶେଷ ହେବାକୁ ଯାଉଛି ।
୫- ୨୩ ଅଗଷ୍ଟରୁ ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟ ଆଲୋକ ପଡିବ ଯାହା ସାହାଯ୍ୟରେ ଚନ୍ଦ୍ରଯାନ ରୋଭର ଚାର୍ଜ ହେବା ସହ ଏହାର ମିଶନ ସଫଳ ହୋଇପାରିବ ।

Get real time updates directly on you device, subscribe now.