fbpx

ବଡ଼ ଖବର; ଆରମ୍ଭ ହେଲା ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂ ପ୍ରକ୍ରିୟା

ଓଡିଶା ଭାସ୍କର; ସଂଧ୍ୟା ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡ୍‌ର ଅବତରଣ କରିବ । ଏନେଇ କିଛି ସମୟ ପୂର୍ବରୁ ସ୍ପଷ୍ଟୋକ୍ତି ଜାରି କରିଥିଲା ଇସ୍ରୋ । ଆଜି ହିଁ ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡ୍‌ର ଅବତରଣ କରିବ ବୋଲି ଟୁଇଟ କରି ସୂଚନା ଦେଇଥିଲା ଇସ୍ରୋ । ତେବେ ଏହାରି ଭିତରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରିଛି ବିକ୍ରମ ଲ୍ୟାଣ୍ଡ୍‌ର । ପ୍ରାୟ ୧୯ ମିନିଟ ଧରି ଚାଲିବ ଏହି ଲ୍ୟାଣ୍ଡିଂ ପ୍ରକ୍ରିୟା । ୬ଟା ୪ରେ ଛୁଇଁବ ଚନ୍ଦ୍ରପୃଷ୍ଠ । ଧୀରେ ଧୀରେ ଚନ୍ଦ୍ରପୃଷ୍ଠକୁ ଓଲ୍ହାଉଛି ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡ୍‌ର । ୪ଟି ପର୍ଯ୍ୟାୟ କ୍ରମେ ଏହାର ଲ୍ୟାଣ୍ଡିଂ ପ୍ରକ୍ରିୟା ଶେଷ ହେବ ।

ସୂଚନା ଯୋଗ୍ୟ , ଯଦି ବିକ୍ରମ ଲ୍ୟାଣ୍ଡ୍‌ର ମୃଦୁ ଅବତରଣରେ ସଫଳ ହୁଏ ତାହେଲେ ୬ ଚକା ବିଶିଷ୍ଟ ପ୍ରଜ୍ଞାନ ରୋବର୍‌ ବାହାରକୁ ଆସିଯିବ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରୁ ସୂଚନା ପାଇଁ ଚନ୍ଦ୍ର ଆଡ଼େ ଯାତ୍ରା କରିବ । ଏହା ୫୦୦ ମିଟର ପର୍ୟ୍ୟନ୍ତ ଗତି କରିବା ପରେ ସେଠାରେ ପାଣି ଓ ବାତାବରଣ ସଂପର୍କରେ ସୂଚନା ପ୍ରଦାନ କରିବ ।

Get real time updates directly on you device, subscribe now.