fbpx

ବଡ଼ ଖବର; ସଫଳତାର ସହ ଚନ୍ଦ୍ରରେ ଅବତରଣ କଲା ‘ଚନ୍ଦ୍ରଯାନ-୩’

ଓଡିଶା ଭାସ୍କର; ସଫଳତାର ସହ ଚନ୍ଦ୍ରରେ ଅବତରଣ କଲା ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡ୍‌ର । ତେବେ ଏହାରି ଭିତରେ କିଛି ସମୟ ପୂର୍ବରୁ ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ କରିଥିଲା ବିକ୍ରମ ଲ୍ୟାଣ୍ଡ୍‌ର । ପ୍ରାୟ ୧୯ ମିନିଟ ଧରି ଚାଲିଥିଲା ଏହି ଲ୍ୟାଣ୍ଡିଂ ପ୍ରକ୍ରିୟା । ଧୀରେ ଧୀରେ ଚନ୍ଦ୍ରପୃଷ୍ଠକୁ ଓଲ୍ହାଇଛି ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡ୍‌ର । ୪ଟି ପର୍ୟ୍ୟାୟ କ୍ରମେ ଏହାର ଲ୍ୟାଣ୍ଡିଂ ପ୍ରକ୍ରିୟା ଶେଷ ହୋଇଛି । ଏନେଇ କିଛି ସମୟ ପୂର୍ବରୁ ସ୍ପଷ୍ଟୋକ୍ତି ଜାରି କରିଥିଲା ଇସ୍ରୋ । ଆଜି ହିଁ ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡ୍‌ର ଅବତରଣ କରିବ ବୋଲି ଟୁଇଟ କରି ସୂଚନା ଦେଇଥିଲା ଇସ୍ରୋ ।

Get real time updates directly on you device, subscribe now.