fbpx

ୱାଗନର ମୁଖ୍ୟ ପ୍ରିଗୋଝିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ?

ନୂଆଦିଲ୍ଲୀ: ଏକ ଘରୋଇ ବିମାନ ଦୁର୍ଘଟଣାରେ ମସ୍କୋର ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ପ୍ଲେନ କ୍ରାସରେ ଋଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର ମୁଖ୍ୟ ୟେଭଗେନି ପ୍ରିଗୋଝିନଙ୍କର ମୃତ୍ୟୁ ଘଟିଛି । ଋଷିଆର ଏକ ଏଜେନ୍ସି ପକ୍ଷରୁ ପ୍ରିଗୋଝିନଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଛି ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣାର ଶିକାର ହୋଇଥିବା ୱାଗନର ମୁଖ୍ୟ ପ୍ରିଗୋଝିନ ଉକ୍ତ ବିମାନରେ ଥିଲେ କି ନା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ବିମାନରେ ପାଇଲଟଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ଥିଲେ ବୋଲି ଋଷର ସରକାରୀ ଏଜେନ୍ସି ସୂତ୍ରରୁ ସୂଚନା ଦିଆଯାଇଛି । ୱାଗନର ଏକ ଘରୋଇ ଆର୍ମି ହୋଇଥିବା ବେଳେ ତାହା ଋଷ ସେନା ସହିତ ମିଶି ୟୁକ୍ରେନ ଯୁଦ୍ଧ ଲଢ଼ୁଥିଲା ।

ମାତ୍ର ଗତ କିଛିବର୍ଷ ଧରି ସୈନ୍ୟ ଓ ଖୁଫିଆ ଅପରେସନ୍ସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ୱାଗନର ମୁଖ୍ୟ ପ୍ରିଗୋଝିନ ଏକଦା ପୁଟିନଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଭାବେ ଜଣାଶୁଣା ଥିଲେ । ମାତ୍ର କିଛି ମାତ୍ର ପୂର୍ବେ ସେ ଋଷୀୟ ସେନା ଓ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ପ୍ରିଗୋଝିନ ୧୯୬୧ରେ ଲେନିନଗ୍ରାଡରେ ଜନ୍ମଗ୍ରହଣ କରିଥିଲେ । ୨୦ ବର୍ଷ ବୟସରେ ସେ ମାରପିଟ, ଡକାୟତି, ଧୋକାବାଜ କାର୍ଯ୍ୟ କରି ବିଭିନ୍ନ ମାମଲାରେ ଜଡ଼ିତ ଥିଲେ । ଏହା ପରେ ତାଙ୍କୁ ୧୩ ବର୍ଷର ଜେଲଦଣ୍ଡ ଶୁଣାଣି ହୋଇଥିଲା ।

Get real time updates directly on you device, subscribe now.