fbpx

ହିମାଚଳର କୁଲ୍ଲୁରେ ଏକା ସାଙ୍ଗରେ ଭୁଶୁଡିଲା ୭ ଟି କୋଠା, ଅନେକ ଲୋକ ମୃତାହତ

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ଆନିରେ ପାଖାପାଖି ୭ ଟି କୋଠା ଭୁଶୁଡିବା ଘଟଣା ସାମ୍ନାକୁ ଆସିଛି । ଏଥି ମଧ୍ୟରୁ ଗୋଟିଏ କୋଠା କାଙ୍ଗ୍ରା କୋ-ଅପରେଟିଭ ବ୍ୟାଙ୍କ ଏବଂ ଅନ୍ୟଟି ଏସବିଆଇ ବ୍ୟାଙ୍କ ପରିଚାଳିତ ହେଉଥିଲା । ତେବେ ଏହାକୁ ଜୁଲାଇ ମାସରେ ପ୍ରଶାସନ ଏହାକୁ ବିପଦପୂର୍ଣ୍ଣ ସ୍ଥାନ ଭାବରେ ଘୋଷଣା କରି ଖାଲି କରିଥିଲେ । ତେବେ ବର୍ତ୍ତମାନ ପ୍ରକୃତିର ତାଣ୍ଡବ ଯୋଗୁଁ ଆଜି ଭୁଶୁଡ଼ି ପଡ଼ିଛି ଏହି କୋଠା ।

ସୂଚନା ଅନୁସାରେ, ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ କୁଲ୍ଲୁ ନୂଆ ବସଷ୍ଟାଣ୍ଡ ସହିତ ଲାଗିଥିବା ୭ ତାଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି । ପ୍ରାକୃତିକ ବିପର୍ଯ୍ୟର ସାମନା କରିଥିବା ଏହି କୋଠାରେ ଦୁଇଟି ବ୍ୟାଙ୍କ କାର୍ଯ୍ୟାରତ ଥିବା ଜାଣିବାକୁ ମିଳିଛି । କୁହାଯାଉଛି ପ୍ରବଳ ବର୍ଷା ଯୋଗୁଁ ଏହି କୋଠାରେ ଫାଟ ଦେଖିବାକୁ ମିଳିଥିଲା । ଯାହା ଫଳରେ ପ୍ରଶାସନ ୩ ଦିନ ପୂର୍ବରୁ ବିପଦଜନକ ବୋଲି ଘୋଷଣା କରିବା ସହ ଏହି କୋଠାକୁ ଖାଲି କରିଥିଲା ।

ସେପଟେ ବର୍ଷା ଆରମ୍ଭରୁ ଏଠାରେ ଭୂସ୍ଖଳନ ଲାଗି ରହିଛି । ମାତ୍ର ଦୁଇଦିନର ଲଗାଣ ବର୍ଷା ହେବାରୁ ଭୂସ୍ଖଳନରେ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହାବ୍ୟତୀତ ୬ ଜଣ ବ୍ୟକ୍ତି ଏବେ ବି ନିଖୋଜ ଥିବା ଜଣା ପଡିଛି । ହିମାଞ୍ଚଳରେ ବର୍ଷା ଯୋଗୁଁ ଏବେ ପର୍ଯ୍ୟନ୍ତ ୩୪୧ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଧନସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଭୂସ୍ଖଳନ ଯୋଗୁଁ ଏବେ ବି ରାଜ୍ୟର ୮୦୦ରୁ ଅଧିକ ରାସ୍ତାରେ ଯାତାୟତ ଠପ୍ ହୋଇ ରହିଛି ।

ସେହିପରି ସିମଲାରେ ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ପ୍ରକୃତିର ଏପରି ତାଣ୍ଡବ ଏବେ ସେମାନଙ୍କ ପାଇଁ ଖୁବ ଭୟାନକ ରୂପ ନେଇଛି । ଏହାଛଡା ହିମାଞ୍ଚଳ ପ୍ରଦେଶର ପାହାଡ଼ରେ ବାଦଲ ଫାଟିବା ଯୋଗୁଁ ଏଠାରେ ଅଧିକ କ୍ଷୟକ୍ଷତି ହୋଇଛି ।

Get real time updates directly on you device, subscribe now.