fbpx

ଚନ୍ଦ୍ରଯାନ ୩ ଉପରେ ନିର୍ମାଣ ହେବ ଫିଲ୍ମ, ମିଶନ ମଙ୍ଗଳର ନିର୍ଦ୍ଦେଶକ କହିଲେ ସୁଯୋଗର ହାତଛଡା କରିବି ନାହିଁ

ଦେଶ ଏବେ ଚନ୍ଦ୍ରଯାନ ୩ର ସଫଳତାକୁ ନେଇ ସାରା ବିଶ୍ୱରେ ପ୍ରଶଂସିତ ହେଉଛି । ଚନ୍ଦ୍ରଯାନର ଲ୍ୟାଣ୍ଡର ବୁଧବାର ସନ୍ଧ୍ୟା ୬ ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିଲା । ଇସ୍ରୋର ଏହି ସଫଳତା ପରେ ଏବେ ଫିଲ୍ମ ନିର୍ମାତାମାନେ ମଧ୍ୟ ଏହା ଉପରେ ଫିଲ୍ମ କରିବାକୁ ପ୍ରସ୍ତୁତ ହୋଇଗଲେଣି । ମିଶନ ମଙ୍ଗଳ ଫିଲ୍ମ ନିର୍ମାଣ କରିଥିବା ନିର୍ଦ୍ଦେଶକ ଜଗନ ଶକ୍ତି କହିଛନ୍ତି ସେ ଚନ୍ଦ୍ରଯାନ ୩ ର ସଫଳତାର କାହାଣୀ ବଡ ପରଦାରେ ଦେଖାଇବାକୁ ଚାହୁଁଛନ୍ତି । ଜଗନ ଶକ୍ତି କହିଛନ୍ତି ସେ ଏହି ସୁଯୋଗକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି । ଏହାଛଡା ସେ କହିଛନ୍ତି ଏହି ଫିଲ୍ମରେ ସେହିମାନେ କାମ କରିବେ ଯେଉଁ ଟିମ ମିଶନ ମଙ୍ଗଳରେ କାମ କରିଥିଲେ । କିନ୍ତୁ ଫିଲ୍ମରେ ଅକ୍ଷୟ କୁମାରଙ୍କୁ ରୋଲ୍ ମିଳିବ କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି ।

୨୦୧୯ରେ ଅକ୍ଷୟ କୁମାର, ବିଦ୍ୟାବାଲନ,ତାପସୀ ପନୁ, ସୋନାକ୍ଷୀ ସିହ୍ନା, କୀର୍ତ୍ତି କୁହ୍ଲାଡି ଏବଂ ସରମନ ଯୋଶୀଙ୍କ ପରି ଆକ୍ଟରଙ୍କୁ ନେଇ ଫିଲ୍ମ ମିଶନ ମଙ୍ଗଳ ନିର୍ମାଣ ହୋଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର ମଧ୍ୟ କରିଥିଲା । ଏହା ସାରା ବିଶ୍ୱରେ ୨୯୦ କୋଟି ଟଙ୍କା ରୋଜଗାର କରିଥିଲା । ଏବେ ଚନ୍ଦ୍ରଯାନ ୩ କୁ ନେଇ ଜଗନ ଶକ୍ତି ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି ।

ଜଗନ ଶକ୍ତିଙ୍କ ବଡ ଭଉଣୀ ଇସ୍ରୋରେ ଜଣେ ବରିଷ୍ଠ ବୈଜ୍ଞାନିକ । ଜଗନ କହିଛନ୍ତି ଫିଲ୍ମ ପାଇଁ ଆବଶ୍ୟକ ତଥ୍ୟ ସେ ତାଙ୍କ ଭଉଣୀ ଠାରୁ ସଂଗ୍ରହ କରିବେ । ଏହି ମିଶନ ସଫଳ ହେବା ପରେ ସେ ଏହା ଉପରେ ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ । କୁହାଯାଉଛି ଯେତେବେଳେ ମିଶନ ମଙ୍ଗଳ ନିର୍ମାଣ ହୋଇଥିଲା ସେତେବେଳେ ମଧ୍ୟ ଜଗନ ଇସ୍ରୋ ବୈଜ୍ଞାନିକମାନଙ୍କ ପରାମର୍ଶ ନେଇଥିଲେ । ଚନ୍ଦ୍ରଯାନ ୩ ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିଲେ ଏବଂ ବିଦ୍ୟାବାଲାନଙ୍କ ସମେତ ଅନ୍ୟ କଳାକାର ତାଙ୍କ ସହ ବେଶ୍ ପ୍ରଶଂସାଜନକ କାମ କରିଥିଲେ ।

Get real time updates directly on you device, subscribe now.