fbpx

(Video) ସତ ହେଲା ମାଳିକା, ଚନ୍ଦ୍ରପୃଷ୍ଠରେ ଘର କରିବାକୁ ମଣିଷ ପ୍ରସ୍ତୁତ: ଏବେ ପୃଥିବୀର ଶେଷ ସମୟ ଆସିଗଲା

ମହାପୁରୁଷ ଅଚ୍ୟୁତାନନ୍ଦ ଲେଖି ଯାଇଥିବା ମାଳିକାବାଣୀ ସବୁ ଗୋଟି ଗୋଟି କରି ସତ ହେବାରେ ଲାଗିଛି । ତାଙ୍କର ପ୍ରତ୍ୟେକଟି କଥା ଏବେ ଅକ୍ଷରେ ଅକ୍ଷରେ ଘଟି ଚାଲିଛି । ତେଣୁ ସେ କଳିଯୁଗ ଧ୍ୱଂସକୁ ନେଇ କରିଥିବା ଭବିଷ୍ୟବାଣୀ ବି ଖୁବଶୀଘ୍ର ସତ ହେବ ବୋଲି ବିଶ୍ୱାସ ଘନୀଭୂତ ହେଉଛି । ଏବେ ସତ ହୋଇଛି ମାଳିକାର ଆଉ ଏକ ରଚନା । କଳିଯୁଗରେ ପୃଥିବୀର ଟେକ୍ନୋଲୋଜି ଚନ୍ଦ୍ରରେ ପହଞ୍ଚିବା କଥା ଏବେ ସତ ହୋଇଛି ।

ମାଳିକା ସହ ସତ ହେଲା ବିଜ୍ଞାନ ଆଉ ଜ୍ଞାନ କୌଶଳ । ଚନ୍ଦ୍ରଯାନ-୩ ଜହ୍ନ ରାଇଜରେ ପାଦ ଥାପିବା ପରେ ମାଳିକାର ଏହି ବାଣୀ ମଧ୍ୟ ସତ୍ୟରେ ପରିଣତ ହୋଇ ଯାଇଛି । ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି ଯେ, କଳିଯୁଗରେ ମନୁଷ୍ୟ ଚନ୍ଦ୍ରକୁ ନିଜ ଅକ୍ତିଆରକୁ ଆଣିବାରେ ସପଳ ହୋଇପାରିବ । ଚନ୍ଦଅଯାନ-୩ର ସପଳ ଅବତରଣ ପରେ ଏବେ ମାଳିକାର ଏହି ବାଣୀ ମଧ୍ୟ ସତ ହେଉଥିବା ଦେଖାଯାଉଛି । ମହାପ୍ରଭୁ କୃପା କଲେ ଚନ୍ଦ୍ରରେ ସଫଳତାର ସହ ପହଞ୍ଚିଛି ଚନ୍ଦ୍ରଯାନ -୩ । ୨୦୧୯ରେ କାନ୍ଦିଥିଲେ ବୈଜ୍ଞାନିକ ..ଅସଫଳ ହୋଇଥିଲା ଚନ୍ଦଯାନ ..ସେହି ବୈଜ୍ଞାନିକଙ୍କୁ କୋଟି ପ୍ରଣାମ..ପୁଣି ଥରେ ଚନ୍ଦଯାନକୁ ସଫଳ କରିଦେଖାଇଲେ ।

କିନ୍ତୁ ମାଳିକା ସହ ଏହାର ସଂପର୍କ କ’ଣ ଅଛି?

ମହାପୁରୁଷ କହିଥିଲେ କଳିଯୁଗରେ ଏସବୁ ଘଟଣା ଘଟିବ । ମହାପୁରୁଷ କଳିଯୁଗରେ ମନୁଷ୍ୟ ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଜହ୍ନ ରାଇଜରେ ଦେଖା ଦେବେ ମନୁଷ୍ୟ । ୬୦୦ ବର୍ଷ ତଳେ ମହାପୁରୁଷ ଅଚ୍ୟୁତାନନ୍ଦ ଏହି କଥା ଲେଖିଥିଲେ, ଯାହା ଆଜି ସତ ଭଳି ମନେ ହେଉଛି । କଳିଯୁଗ ଭିତରେ,

ଜ୍ଞାନକୁ କାହାର ଖାତିର ନଥିବ, ବଢିବ ବିଜ୍ଞାନ ଭାଉ…
ଚନ୍ଦ୍ର ମଣ୍ଡଳରେ ଲୋକ ପଶିଯିବେ ଥୋକେ ହେବେ ହାଉ ଯାଉ ।

ମହାପୁରୁଷ ଅଚ୍ୟୁତାନନ୍ଦ ଏହାକୁ ୬୦୦ ବର୍ଷ ପୂର୍ବରୁ ଲେଖି ଯାଇଛନ୍ତି । ସେ କହିଥିଲେ, ମନୁଷ୍ୟ ଜ୍ଞାନକୁ ଖାତିର କରିବ ନାହିଁ ବଢିଯିବ ବିଜ୍ଞାନ ଭାଉ । ପ୍ରକୃତରେ ମାଳିକା ମଧ୍ୟ ଆଜି ସତ ହୋଇଛି ତା ସହ ବିଜ୍ଞାନ ବି ସତ ହୋଇଛି । ଏହା କୁସିର କଥା ଯେ ଭାରତ ଏମିତି ଏକ ସପଳତା ପାଇଛି । କିନ୍ତୁ ଅଚ୍ୟୁତାନନ୍ଦଙ୍କ ଏହି ମାଳିକାର ଶେଷ ବାଣୀ ସମସ୍ତଙ୍କୁ ଭୟଭୀତ କରାଉଛି । କଳିଯୁଗ ଶେଷ ହେବା ସହ ଏ ସୁନ୍ଦର ପୃଥିବୀର ନଷ୍ଟ ହୋଇଯିବା କାହାଣୀ ଭାବିଲେ ପ୍ରତ୍ୟେକଟି ମଣିଷ ଛାତି ଥରି ଉଠୁଛି ।

Get real time updates directly on you device, subscribe now.