fbpx

ଶୁଙ୍ଘିବା ଶକ୍ତି କମିଯାଉଛି କି ? ହୋଇପାରେ ଏହି ବଡ଼ ରୋଗର କାରଣ, ରିସର୍ଚ୍ଚରୁ ଖୁଲାସା

ଶୁଙ୍ଘିବାର କ୍ଷମତା ହରାଇବା ଆମ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ଏକ ରିସର୍ଚ୍ଚ ଅନୁସାରେ କୌଣସି ବ୍ୟକ୍ତିଙ୍କର ଶୁଙ୍ଘିବାର କ୍ଷମତା ପ୍ରଭାବିତହୋଇଥିଲେ ସମ୍ଭବତଃ ତାଙ୍କୁ ଅଲଜାଇମର ଏବଂ ଡିମେନିସ ଭଳି ରୋଗ ହୋଇପାରେ । ଶୁଙ୍ଘିବାର ଶକ୍ତି ହରାଇବା ଡିପ୍ରେସନର ମଧ୍ୟ ସଂକେତ ହୋଇପାରେ । ଆପଣଙ୍କ ଶୁଙ୍ଘିବାର କ୍ଷମତା ଦୁର୍ବଳ ହୋଇଯାଇଛି କି ? ଯଦି ଆପଣଙ୍କ ସହ ଏପରି କିଛି ହେଉଛି ତେବେ ସତର୍କ ହୋଇଯାଆନ୍ତୁ । ଏପରି କହିବାର କାରଣ ହେଉଛି ଶୁଙ୍ଘିବାର କ୍ଷମତା ହରାଇବା କୌଣସି ବଡ଼ ରୋଗର ସଂକେତ ମଧ୍ୟ ହୋଇପାରେ ।

ନିକଟରେ ହୋଇଥିବା ଏକ ରିସର୍ଚ୍ଚ ଅନୁସାରେ କୌଣସି ବ୍ୟକ୍ତିଙ୍କର ଶୁଙ୍ଘିବାର କ୍ଷମତା ପ୍ରଭାବିତ ହୋଇଥିଲେ ସମ୍ଭବତଃ ତାଙ୍କୁ ଅଲଜାଇମର ଏବଂ ଡିମେନିସଆ ଭଳି ରୋଗ ହୋଇପାରେ । ଶୁଙ୍ଘିବାର ଶକ୍ତି ହରାଇବା ଡିପ୍ରେସନର ମଧ୍ୟ ସଂକେତ ହୋଇପାରେ । ଆମେରିକାରେ ଜନ୍ ହପକିନ୍ସ ମେଡିସିନର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ବ୍ୟକ୍ତିର ଶୁଙ୍ଘିବାର କ୍ଷମତା ଯେତେ ଖରାପ ହୋଇଥାଏ , ତା’ର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସେତେ ଖରାପ ହୋଇଥାଏ ।

ଏପରି ନୁହେଁ ଯେ ଶୁଙ୍ଘିବାର କ୍ଷମତା ଦୁର୍ବଳ ହେଲେ ଡିପ୍ରେସନ ଆଶଙ୍କା ଥାଏ । କିନ୍ତୁ ଏହା ନିଶ୍ଚିତ ଯେ ଏହା ଡିପ୍ରେସନର ସଙ୍କେତ ହୋଇପାରେ । ଏହି ଅଧ୍ୟୟନରେ ପ୍ରଫେସର ବିଦ୍ୟା କାମଥ କହିଛନ୍ତି ଯେ ଶୁଙ୍ଘିବାର କ୍ଷମତା ହରାଇବା ଆମ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ଯଦି ଆପଣ ନିଜ ଶରୀରରେ ଏପରି ଲକ୍ଷଣ କେବେ ଅନୁଭବ କରନ୍ତି, ତେବେ ଏସବୁକୁ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ନିକଟରେ ଯାଞ୍ଚ କରନ୍ତୁ । ୮ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ଅଧ୍ୟୟନରେ ୨୦୦୦ ରୁ ଅଧିକ ବୟସ୍କ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

ପ୍ରଫେସର କାମଥ କହିଛନ୍ତି ଯେ ଶୁଙ୍ଘିବାର କ୍ଷମତା ହରାଇବା ଅଲଜାଇମର ଏବଂ ପାର୍କିନସନ୍ସ ପରି ନ୍ୟୁରୋଡିଜେନେରେଟିଭ୍ ରୋଗ ଆରମ୍ଭ ହେବାର ଚେତାବନୀ ହୋଇପାରେ । ଯେତେ ଶୀଘ୍ର ରୋଗୀ ଡାକ୍ତରଙ୍କ ସାହାଯ୍ୟ ନେବେ, ସେତେ ଶୀଘ୍ର ସେମାନ ସୁସ୍ଥ ହେବାରେ ସାହାଯ୍ୟ ମିଳିବ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଡିପ୍ରେସନ ସହ ସଂଘର୍ଷ କରୁଛନ୍ତି, କିନ୍ତୁ ଡାକ୍ତରଙ୍କ ସାହାଯ୍ୟ ନିଅନ୍ତି ନାହିଁ । ଯଦି ଆପଣଙ୍କ ଶରୀରରେ କୌଣସି ଅସାଧାରଣ ଲକ୍ଷଣ ଦେଖୁଛନ୍ତି,ତେବେ ଡାକ୍ତରଙ୍କ ପାଖକୁ ଯିବାରେ ବିଳମ୍ବ କରନ୍ତୁ ନାହିଁ । କାରଣ ବିଳମ୍ବ କରିବା ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ ।

Get real time updates directly on you device, subscribe now.