fbpx

କାହିଁକି ଶୁଭ କାର୍ଯ୍ୟରେ ଲିଫାପାରେ ଥାଏ ୧ ଟଙ୍କିଆ କଏନ୍ ? ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟରେ କିଛି ପଇସା ଦିଆଯାଏ । ବିବାହ, ବ୍ରତଘର, ଗୃହ ପ୍ରବେଶ ଆଦିରେ ଏକ ଟଙ୍କା କଏନ୍ ଶୁଭ ରୂପେ ଲିଫାପାରେ ଦିଆଯାଏ । ସେଥିରେ ନିଜ ଅନୁସାରେ ୫୦୧, ୧୧୦୧ ବା ୨୧୦୧ ଟଙ୍କା ଦିଆଯାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲିଫାପାରେ ସବୁବେଳେ ୧ ଟଙ୍କାର କଏନ୍ କାହିଁକି ଦିଆଯାଏ । ୨ ବା ୫ ଟଙ୍କାର କଏନ୍ କାହିଁକି ଦିଆଯାଏନି ? ତେବେ ଚାଲନ୍ତୁ ଏ ସମ୍ପର୍କରେ ଜାଣିବା…

ଶାସ୍ତ୍ରରେ ବିବାହରେ ଶୁଭ ରୂପେ ଏକ ଟଙ୍କା କଏନ୍ ଏଥିପାଇଁ ଦିଆଯାଏ କାରଣ ଏକ ଟଙ୍କାର କଏନ୍ ଯୋଡିହେବା ଦ୍ୱାରା ନୋଟର ରାଶି ବିଭାଜିତ ହୋଇପାରୁନଥିବା ରାଶି ପାଲଟିଯାଏ । ଏହା ଦ୍ୱାରା ମାନ୍ୟତା ରହିଛି ସେହି ନବଦମ୍ପତିଙ୍କ ସମ୍ପର୍କ ମଧ୍ୟ ସାରା ଜୀବନ ପାଇଁ ବିଭାଜିତ ନହୋଇ ସୁରକ୍ଷିତ ରୁହେ ।

ଶାସ୍ତ୍ର ଅନୁସାରେ ଲିଫାପାରେ ଟଙ୍କିକିଆ କଏନ ଦେବା ଶୁଭ ହୋଇଥାଏ । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ମା ଲକ୍ଷ୍ମୀଙ୍କୁ ଧାତୁ ରୂପେ ମଧ୍ୟ ସମସ୍ତେ ମାନନ୍ତି । ତେଣୁ ଲିଫାପାରେ ମା ଲକ୍ଷ୍ମୀଙ୍କ ରୂପେ କଏନ ଦିଆଯାଏ ।

ଏହା ସହ ଟଙ୍କିକିଆ କଏନକୁ ଉନ୍ନତିର ପ୍ରତୀକ ମଧ୍ୟ ସମସ୍ତେ ମାନନ୍ତି । କୁହାଯାଏ ଟଙ୍କାଟାଏ ଦେଲେ ସେହି ବ୍ୟକ୍ତିର ଆର୍ଥିକ ଉନ୍ନତି ହୋଇଥାଏ । ଆଉ ଏକ ମାନ୍ୟତା ଅନୁସାରେ ଶୂନ୍ୟ ଏକ ଶୁଭ ନମ୍ବର ନୁହେଁ । କୌଣସି ବି ନମ୍ବର ଶେଷରେ ଶୂନ୍ୟ ଲାଗିଲେ ଶୁଭ ହୋଇନଥାଏ ।

ଯଦି କାହାକୁ ୫୦୦, ୨୦୦ ଆଦି ରାଶି ଗିଫ୍ଟ ରୂପେ ଦିଆଯାଏ ତେବେ ଏହାର ଅର୍ଥ ଆପଣ ତାଙ୍କ ସମ୍ପର୍କ ଖରାପ କରିବାକୁ ଚାହୁଁଛନ୍ତି । ତେଣୁ ଗିଫ୍ଟ ରାଶିରେ ଟଙ୍କିକିଆ କଏନ ପ୍ରଦାନ କରାଯାଏ ।

Get real time updates directly on you device, subscribe now.