fbpx

ମେଡ଼ିକାଲରେ ଚାକିରି କରିବାକୁ ଚାହୁଁଛନ୍ତି କି ? +୨ ପାସ୍ କରିଥିଲେ କରନ୍ତୁ ଆବେଦନ

ଭୁବନେଶ୍ୱର: AIIMS ମଙ୍ଗଳଗିରିରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ aiimsmangalagiri.edu.in କୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୨୬ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଆବେଦନପତ୍ର ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ନିର୍ଦ୍ଧାରିତ ଠିକଣାରେ ପଠାଇପାରିବେ । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୧୭ ସେପ୍ଟେମ୍ବର ୨୦୨୩ ରହିଛି ।

ପଦବୀ ବିବରଣୀ : ୭୦

ନର୍ସିଂ ଅଫିସର
ଲ୍ୟାବ ଟେକ୍ନିସିଆନ

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ସେପ୍ଟେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ବୋର୍ଡ/ସଂସ୍ଥାରୁ ୧୨ଶ/ବିଏସି ନର୍ସିଂ/ଏମବିଏ/ଏମଏଟି ଡିଗ୍ରୀ/ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ରୁ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୨୭/୩୦/୩୫ ବର୍ଷ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ଚୟନ ପାଇଁ କମ୍ପ୍ୟୁଟର ପରୀକ୍ଷା/ସ୍କିଲ ଟେଷ୍ଟ/ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ହେବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ରହିଛି ।

Get real time updates directly on you device, subscribe now.