fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇ ଫସିଗଲେ କେଜରିୱାଲ, ସୁପ୍ରିମକୋର୍ଟ ଦେଲେ ଝଟକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ଏବେ ଆଇନର ଫାଶରେ ଛନ୍ଦି ହୋଇଯାଇଛନ୍ତି । ଗୁଜୁୁରାଟ ୟୁନିଭରସିଟି ପକ୍ଷରୁ ଦାଖଲ ହୋଇଥିବା ମାନହାନି କେସ୍ରେ ଶୁକ୍ରବାର ତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ ଝଟକା ଲାଗିଛି । ସର୍ବୋଚ୍ଚ ଅଦାଲତ କେଜରିୱାଲଙ୍କ ସେହି ଯାଚିକାକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ ସେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଆହ୍ୱାନ ଦେଇଥିଲେ । କେଜରିୱାଲ ତାଙ୍କ ଉପରେ ଲାଗିଥିବା ଅପରାଧିକ ମାନହାନି କେସ୍ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ଗୁଜୁରାଟ ୟୁନିଭରସିଟିର ରେଜିଷ୍ଟ୍ରାର ପୀୟୁଷ ପଟେଲ କେଜରିୱାଲ ଓ ଆପ୍ ନେତା ସଞ୍ଜୟ ସିଂହଙ୍କ ବିରୁଦ୍ଧରେ ମାନହାନି କେସ୍ କରିଥିଲେ । ଆରଟିଆଇ ଆଇନ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀକୁ ନେଇ ମଗାଯାଇଥିବା ସୂଚନା ଉପଲବ୍ଧ କରାଇବା ନେଇ ମୁଖ୍ୟ ସୂଚନା ଆୟୁକ୍ତଙ୍କ ଆଦେଶ ଉପରେ ଗୁଜୁରାଟ ହାଇକୋର୍ଟ ରୋକ ଲଗାଇଦେଇଥିଲେ । ଏହା ବ୍ୟତିତ ଦୁଇ ନେତା ଗୁଜୁରାଟ ୟୁନିଭରସିଟି ଉପରେ କିଛି ଟିପ୍ପଣୀ ବି କରିଥିଲେ । ନ୍ୟାୟମୂର୍ତ୍ତି ସଞ୍ଜୀବ ଖାନ୍ନା ଓ ଏସବିଏନ ଭଟ୍ଟୀ କହିଛନ୍ତି ଏହି ଯାଚିକା ଉପରେ ନୋଟିସ ଜାରି କରାଯିବ ନାହିଁ କାରଣ ମାମଲା ଗୁଜୁରାଟ ହାଇକୋର୍ଟରେ ପେଣ୍ଡିଂ ଅଛି ଓ ୨୯ ଅଗଷ୍ଟ ସୁଦ୍ଧା ଏହା ଉପରେ ଶୁଣାଣୀ ହେବ ।

Get real time updates directly on you device, subscribe now.