fbpx

ଗାଁରେ ପଶିବାକୁ ପୁରୁଷଙ୍କୁ ‘ନୋ ଏଣ୍ଟ୍ରି’: ରହୁଛନ୍ତି କେବଳ ମହିଳା, ଜାଣନ୍ତୁ କାହିଁକି?

କେନ୍ୟାର ଉତ୍ତର ଭାଗରେ ଏକ ଗାଁ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଗାଁର ନାମ ଓମୋଜା । ଏହି ଗାଁରେ ପୁରୁଷଙ୍କୁ ଆସିବାକୁ ଅନୁମତି ନାହିଁ, କେବଳ ମହିଳାମାନେ ଏଠାରେ ବାସ କରୁଛନ୍ତି । ଗାଁରେ ସମସ୍ତ ନିଷ୍ପତ୍ତି ମହିଳାମାନେ ନିଅନ୍ତି । ୨୦୧୫ ମସିହାରେ ଗାଁରେ ମହିଳାଙ୍କ ସଂଖ୍ୟା ୪୭ ଥିଲା । ତେବେ ଏହି ଗାଁର ଏକ ଇତିହାସ ରହିଛି । ୧୯୯୦ ମସିହାରେ ୧୫ ଜଣ ଦୁଷ୍କର୍ମ ପୀଡିତା ମହିଳା ସେଠାରେ ଯାଇ ରହିଥିଲେ । ଏହାପରେ ପରେ ବାଲ୍ୟ ବିବାହ, ଘରୋଇ ହିଂସା, ଯୌତୁକ ପ୍ରଥା ଆଦିର ଶିକାର ହେଉଥିବା ମହିଳାମାନେ ଯାଇ ରହିବାକୁ ଲାଗିଲେ । ମହିଳାମାନେ ନିଜର ଖାଦ୍ୟପେୟ, ପୋଷାକ ଓ ଘରର ଖର୍ଚ୍ଚ ପାଇଁ ନିଜେ ଆୟ କରିଥାନ୍ତି ।

Get real time updates directly on you device, subscribe now.