ଟ୍ରାନ୍ସଜେଣ୍ଡରମାନଙ୍କୁ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ମିଳିବ ସଂରକ୍ଷଣ, ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଲେ ନୋଟିସ୍
ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡରମାନଙ୍କ କଥା ଶୁଣିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସରକାରୀ ଶିକ୍ଷା ଅନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସଂରକ୍ଷଣ ଦେବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । କେରଳର ଜଣେ ଟ୍ରାନ୍ସଜେଣ୍ଡର ଏ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ଏହି ଯାଚିକାର ଶୁଣାଣୀ କରି ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିଚାରପତି ଜେବି ପାରଦିୱାଲା ଓ ବିଚାରପତି ମନୋଜ ମିଶ୍ରାଙ୍କ ବେଞ୍ଚ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । ଏହି ପ୍ରକାର ଯାଚିକା ଉପରେ ଜବାବ ଦେଇ ପୂର୍ବରୁ କେନ୍ଦ୍ର ସରକାର କହିଥିଲେ କି ଶିକ୍ଷାନୁଷ୍ଠାନ କିମ୍ବା ଚାକିରୀ କ୍ଷେତ୍ରରେ ପୂର୍ବରୁ ଥିବା ସଂରକ୍ଷଣ ବ୍ୟବସ୍ଥାର ଲାଭ ଉଠାଯାଇପାରିବ ଏବଂ କୌଣସି ପ୍ରକାର ନୂଆ ସଂରକ୍ଷଣ ବ୍ୟବସ୍ଥା କରାଯିବ ନାହିଁ ।
କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରଣାଳୟର ସଚିବ କହିଥିଷଳ ଦେଶରେ ଅନୁସୂଚୀତ ଜାତି, ଜନଜାତି, ଅନ୍ୟ ପଛୁଆ ଜାତିଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହା ବ୍ୟତିତ ବାର୍ଷିକ ୮ ଲକ୍ଷ ପାରିବାରିକ ଆୟ କରୁଥିବା ଟ୍ରାନ୍ସଜେଣ୍ଡରଙ୍କ ଲାଗି ମଧ୍ୟ ଇଡବ୍ଲ୍ୟୁଏସ୍ ଶ୍ରେଣୀ ଜରିଆରେ ସଂରକ୍ଷଣ ରହିଛି ।
ମୁଖ୍ୟ ବିଚାରପତି ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ସମ୍ବିଧାନର ଆର୍ଟିକିଲ ୧୪, ୧୯ ଓ ୨୧ ଜରିଆରେ ଟ୍ରାନ୍ସଜେଣ୍ଡରଙ୍କୁ ଆରକ୍ଷଣ ଦେବା ଉଚିତ ନୁହେଁ କି ? ଏହି ଯାଚିକା ସୁବି କେସୀ ନାମକ ଜଣେ ଟ୍ରାନ୍ସଜେଣ୍ଡର ଦାଖଲ କରିଥିଲେ ଓ କହିଥିଲେ ଟ୍ରାନ୍ସଜେଣ୍ଡରମାନଙ୍କୁ ବି ସରକାରୀ ଚାକିରୀରେ ସଂରକ୍ଷଣ ମିଳିବା ଉଚିତ ।