fbpx

ହ୍ୱାଟ୍ସଆପରେ ଆସିଲା ନୂଆ ଫିଚର ! ଏବେ ନୂଆ ମେମ୍ବର ବି ପଢ଼ିପାରିବେ ପୁରୁଣା ଚାଟ୍

ନୂଆଦିଲ୍ଲୀ: ମେଟାର ମେସେଜିଂ ଆପ୍ଲିକେସନ୍ ହ୍ୱାଟ୍ସଆପ୍ ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ଆପ୍ ମଧ୍ୟରୁ ଗୋଟିଏ । ମେଟା ବ୍ୟବହାରକାରୀଙ୍କ ପାଇଁ ଏହା ପ୍ରତିଦିନ ନୂଆ ଫିଚର ଏବଂ ଅପଡେଟଗୁଡିକ ଆଣିଥାଏ ।

ବର୍ତ୍ତମାନ କମ୍ପାନୀ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ନୂଆ ଫିଚର ଶିଷ୍ଟ୍ୟ ଆଣିଛି । ଯଦି ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି, ତେବେ ନୂଆ ଅପଡେଟ୍ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ । ମେଟା ହ୍ୱାଟ୍ସଆପ୍ ଗ୍ରୁପ୍ ପାଇଁ ହିଷ୍ଟ୍ରି ସହ ଜଡିତ ଏକ ନୂଆ ଫିଚର ଆଣିବାକୁ ଯାଉଛି ।

ହ୍ୱାଟ୍ସଆପର ଫିଚର ଉପରେ ନଜର ରଖୁଥିବା ୱାବାଟିନଫୋ ୱେବସାଇଟ୍ ହ୍ୱାଟ୍ସଆପର ଆଗାମୀ ଫିଚର ବିଷୟରେ ଅନେକ ସୂଚନା ଦେଇଛି । ରିପୋର୍ଟ ଅନୁଯାୟୀ, ମେଟା ବର୍ତ୍ତମାନ ହ୍ୱାଟ୍ସଆପ ଗ୍ରୁପରେ Recent History Sharingର ଫିଚର ଆଣିବାକୁ ଯାଉଛି । ହ୍ୱାଟ୍ସଆପର ଏହି ଫିଚରର ସବୁଠାରୁ ବଡ ଲାଭ ନୂଆ ଉପଭୋକ୍ତାଙ୍କୁ ଦିଆଯିବ ଯେଉଁମାନେ ଗ୍ରୁପରେ ଆଡ୍ ହେବେ ।

ହ୍ୱାଟ୍ସଆପ୍ ଗ୍ରୁପ୍ ରେ ଯୋଗଦେଉଥିବା ନୂଆ ଗ୍ରାହକମାନେ ବର୍ତ୍ତମାନ ଏକ ସ୍ୱତନ୍ତ୍ର ସୁବିଧା ପାଇବାକୁ ଯାଉଛନ୍ତି । ନୂଆ ଉପଭୋକ୍ତାମାନେ ବର୍ତ୍ତମାନ ପୁରୁଣା ଗ୍ରୁପ୍ ଚାଟ୍ ମଧ୍ୟ ପଢ଼ିବାକୁ ସକ୍ଷମ ହେବେ । ଅର୍ଥାତ୍ ନୂଆ ଉପଭୋକ୍ତା ବର୍ତ୍ତମାନ ଗ୍ରୁପର ସେହି ମେସେଜ୍ ପଢ଼ିବାକୁ ସକ୍ଷମ ହେବେ, ଯାହାକି ସେ ଗ୍ରୁପରେ ଆଡ ହେବା ପୂର୍ବରୁ ହୋଇଥିଲା । ଅବଶ୍ୟ ଏଠାରେ ଉପଭୋକ୍ତାମାନେ କେବଳ ରିସେଣ୍ଟ ହିଷ୍ଟ୍ରି ପଢ଼ିବାକୁ ସୁଯୋଗ ପାଇବେ ।

ଆଡମିନଙ୍କ ପାଖରେ ରହିବ ପାୱାର :-

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ନୂଆ ଉପଭୋକ୍ତାମାନେ କେବଳ ୨୪ ଘଣ୍ଟା ପୂର୍ବର ହିଷ୍ଟ୍ରି ପଢ଼ିପାରିବେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ଫିଚାର କଣ୍ଟ୍ରୋଲ କେବଳ ଗ୍ରୁପ୍ ଆଡମିନ୍ ପାଖରେ ରହିବ । ଯଦି ଆଡମିନ ଏହି ଫିଚରକୁ ରଖେ, ତେବେ ନୂତନ ଉପଭୋକ୍ତା ପୁରୁଣା ଚାଟ୍ ପଢ଼ିବାକୁ ସକ୍ଷମ ହେବେ । ଏବେ ଏହି ଫିଚର ଡେଭଲପମେଣ୍ଟ ପର୍ଯ୍ୟାୟରେ ଅଛି ଏବଂ ଏହାର ପରୀକ୍ଷା ଚାଲିଛି । ଏହି ପିଚର ବର୍ତ୍ତମାନ ବିଟା ବ୍ୟବହାରକାରୀଙ୍କ ପାଇଁ ରୋଲଆଉଟ୍ କରାଯାଇଛି ।

Get real time updates directly on you device, subscribe now.