fbpx

Video: ଘରୋଇ କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ, ଭିଡିଓ ଭାଇରାଲ୍‌

ଅନୁଗୁଳ: ସକାଳୁ ଉଠି ପାଠ ପଢିବାକୁ ନିଦ ଭାଙ୍ଗିଲାନି, ଯାହାକୁ ନେଇ ରାଗିଗଲେ ଶିକ୍ଷକ । ଆଉ ସମସ୍ତ ଛାତ୍ରଙ୍କୁ ଧାଡ଼ିରେ ଛିଡ଼ା କରି ନିସ୍ତୁକ ପିଟିଲେ । ଛାତ୍ରମାନେ ଯେତେ ନେହୁରା ହେଲେ ମଧ୍ୟ ଟିକିଏ ଦୟା ଦେଖାଇଲେ ନାହିଁ କୋଚିଂ ସେଣ୍ଟର ଶିକ୍ଷକ । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଖବର ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, କୋଚିଂ ସେଣ୍ଟର ଶିକ୍ଷକ ଅତି ନିର୍ଦୟ ଭାବେ ଦୁଇ ହାତରେ ବାଡ଼ି ଧରି ପିଲାମାନଙ୍କୁ ମାଡ଼ ମାରିିଚାରଲିଛନ୍ତି । ପିଲାମାନେ କାନ୍ଦି କାନ୍ଦି ନେହୁରା ହେଉଥିଲେ ମଧ୍ୟ ସେ ଶୁଣି ନଥିଲେ ।

ସୂଚନା ଅନୁସାରେ ଛେଣ୍ଡିପଦା ଥାନା ସାପୋହିସାହିରେ ରହିଛି ବିଦ୍ୟାଗୁରୁ ଏକାଡେମୀ ନାମକ ଏକ ଟ୍ୟୁସନ ସେଣ୍ଟର । ଯେଉଁଠି ପିଲା ପାଠ ପଢିବା ସହ ସେଠାରେ ଥିବା ହେଷ୍ଟଲେର ରହନ୍ତି । ଏଠାରେ ସମସ୍ତ ଛାତ୍ରଙ୍କୁ ଭୋର ୩ଟାରୁ ଉଠି ପାଠ ପଢିବାକୁ ବାଧ୍ୟ କରାଯାଏ । ତେବେ ଘଟଣା ଦିନ ଭୋର ସମୟରେ କିଛି ଛାତ୍ର ଉଠି ନଥିଲେ। ଏହାକୁ ନେଇ ଅନୁଷ୍ଠାନର ଜଣେ ଶିକ୍ଷକ ପିଲାମାନଙ୍କୁ ଜଣ ଜଣ କରି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।

ତେବେ ପିଲା ମାନଙ୍କୁ ମାଡ଼ ମାରିବା ଘଟଣା ପାଇଁ କୋଚିଂ ଅନୁଷ୍ଠାନର ସମସ୍ୟା ବଢିଯାଇଛି । କାରଣ ଭିଡିଓ ଭାଇରାଲ ହେବା ପେର ଚାଇଲଡ ଲାଇନ୍ କର୍ତ୍ତୃପକ୍ଷ ଆଜି ଥାନା ଏ ନେଇ ମାମଲା ରୁଜୁ କରି ଉକ୍ତ କୋଚିଂ ସେଣ୍ଟରକୁ ଯାଇ ପୁଙ୍ଖାନୁପୁଙ୍ଖ ଭାବେ ଅଲୋଚନା କରିଛନ୍ତି ।

ନିକଟରେ ଦିଲ୍ଲୀର ମୁଜାଫରନଗର ଏକ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ଏକ ପିଲାକୁ ଅନ୍ୟ ଜଣେ ମୁସଲମାନ ସହପାଠିକୁ ମାଡ଼ ମାରିବାକୁ କହୁଥିବାର ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Get real time updates directly on you device, subscribe now.