fbpx

କଳାହାଣ୍ଡି ଜିଲ୍ଲାର ଉତ୍‍କେଲାରୁ ଆସନ୍ତା ଗୁରୁବାରଠାରୁ ଆରମ୍ଭ ହେବ ବିମାନ ଚଳାଚଳ

ଭୁବନେଶ୍ୱର: ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରୁ ଖୁବ୍‍ଶୀଘ୍ର ବିଧିବଦ୍ଧଭାବେ ବିମାନ ଉଡ଼ାଣ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ବିମାନ ବନ୍ଦରରେ ଭିତ୍ତିଭୂମି ନିର୍ମାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ବିମାନବନ୍ଦରକୁ ୨-ଈ ବର୍ଗକୁ ଉନ୍ନୀତ କରିବା ଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ୩୦ କୋଟି ୫୬ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଏକ ବର୍ଷ ମଧ୍ୟରେ ଏହି କାର୍ଯ୍ୟସମ୍ପୂର୍ଣ୍ଣ କରିବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି  ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର ବିମାନଚଳାଚଳର ଶୁଭାରମ୍ଭ କରିଥିଲେ ।

Get real time updates directly on you device, subscribe now.