fbpx

ଆସନ୍ତା ୨ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶା ଭାସ୍କର : ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ବଙ୍ଗୋପସାଗରର ଉତ୍ତେ-ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୧ ତାରିଖରୁ କିଛି କିଛି ଅଞ୍ଚଳରେ ବର୍ଷା ହେବ । ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ରହିଛି । ୨ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହି ଥିବା ବେଳେ ୪ ତାରିଖରୁ ରାଜ୍ୟରେ ଏହାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ତରଫରୁ ଆଗୁଆ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର ୦୧ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବଅନୁମାନ କରାଯାଇଛି । ୨ ତାରିଖରୁ ପ୍ରବଳ ବର୍ଷଅ ପାଇଁ ୯ଟି ଜିଲ୍ଲା କଟକ, ପୁରୀ, ଯାଜପୁର, ଢେଙ୍କାନାଳ, ମାଲକାନଗିରି, କେନ୍ଦ୍ରାପଡା, କେନ୍ଦୁଝର ଓ କୋରାପୁଟକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ଦୁର୍ବଳ ଥିବାରୁ ଘୂର୍ଣ୍ଣିବଳୟ ପ୍ରଭାବରେ ନିଅଣ୍ଟିଆ ବର୍ଷାର ସାମାନ୍ୟ ଭରଣ ହେବ ବୋଲି ଅନୁମାନ କରାଯାଇଛି । ୪ ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷଅ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭଅଗ ତରଫରୁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଚଳିତ ବର୍ଷ ରାଜ୍ୟରେ ଏବେ ପର୍ଯ୍ୟନ୍ତ ୭୮୩.୧ ମିମି ବର୍ଷା ରେକର୍ଡ କରାଯାଇଛି । ଏହି ସମୟରେ ସ୍ୱଭାବିକ ବୃଷ୍ଟିପାତ ୯୦୬.୫୫ ମିମି ଅନୁସାରେ ୧୪ ପ୍ରତିଶତ କମ ରହିଛି । ଗୋଟିଏ ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୧୦ ଟି ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି ।

Get real time updates directly on you device, subscribe now.