fbpx

ଅନଲାଇନ୍ ଠକାମୀର ନୂଆ ହତିଆର, ନକଲି ଚାଲାଣ ନାମରେ ଲୁଟ୍, ଭୁଲ୍ ରେ ବି କ୍ଲିକ କରନ୍ତୁନି ଏହି ଲିଙ୍କ

ନୂଆଦିଲ୍ଲୀ:ସାଇବର ଅପରାଧୀମାନେ ଲୋକଙ୍କୁ ଠକିବାର ନୂଆ ଉପାୟ ଖୋଜି ବାହାର କରିଛନ୍ତି ଯେଉଁଥିରେ ସେମାନେ ଲୋକଙ୍କୁ ନକଲି ଚାଲାଣର ମେସେଜ୍ କରୁଛନ୍ତି । ଏହାପରେ ସେମାନେ ଲୋକଙ୍କ ପରିଶ୍ରମର ଫଳକୁ ଲୁଟୁଛନ୍ତି ।

ହରିୟାଣାର ଫରିଦାବାଦରେ ପୋଲିସ ଏକ ଚେତାବନୀ ଜାରି କରିଛି ଯେଉଁଥିରେ ଲୋକଙ୍କୁ ନକଲି ଇ ଚାଲାଣରୁ ସାବଧାନ ରହିବାକୁ ସତର୍କ କରାଇ ଦିଆଯାଇଛି । ଫରୀଦାବାଦର ଡିସିପି ମୁଖ୍ୟ କାର୍ଯ୍ୟାଳୟରୁ ସାଇବର କ୍ରାଇମ୍ ଅଫିସର ହେମେନ୍ଦ୍ର କୁମାର ମୀଣା କହିଛନ୍ତି କିପରି ସାଇବର ଅପରାଧୀମାନେ ନକଲି ଇ-ଚାଲାଣ ପେମେଣ୍ଟ ଜରିଆରେ ଲୋକଙ୍କୁ ଲୁଟୁଛନ୍ତି ।

ସ୍କାମର୍ସମାନେ ପ୍ରଥମେ ଏକ ନକଲି ମେସେଜ୍ ପ୍ରସ୍ତୁତ କରୁଛନ୍ତି ଯାହା ଏକ ଅସଲି ଚାଲାଣ ପରି ଲାଗୁଛି । ଏହା ସହିତ ଏକ ଲିଙ୍କକୁ ସାମିଲ କରାଯାଉଛି । ପୋଲିସ କହିବା ଅନୁଯାୟୀ ପ୍ରଥମେ ସ୍କାମର୍ସମାନେ ଲୋକଙ୍କୁ ଟେକ୍ସଟ ମେସେଜ୍ ପଠାଇଥାନ୍ତି ଯାହା ଠିକ୍ ଟ୍ରାଫିକ ପୋଲିସ ଦ୍ୱାରା ପଠାଯାଉଥିବା ମେସେଜ୍ ପରି ହୋଇଥାଏ । ଏହି ମେସେଜ୍ ରେ ଲେଖାହୋଇଥାଏ କି ଆପଣ ଟ୍ରାଫିକ ନିୟମର ଉଲଙ୍ଘନ କରିଛନ୍ତି ଏଣୁ ଆପଣଙ୍କୁ ଚାଲାଣ ଭରିବାକୁ ହେବ । ଏହା ସହିତ ଏକ ଲିଙ୍କ ରହିଛି ଯାହାକୁ କ୍ଲିକ କରି ଫାଇନ୍ ଭରାଯାଇପାରିବ ।

ଯଦି କେହି ବ୍ୟକ୍ତି ସେହି ମେସେଜ୍ରେ ଆସିଥିବା ଲିଙ୍କକୁ କ୍ଲିକ କରିଦେବ ତେବେ ତାହା ତାଙ୍କୁ ଏକ ନକଲି ୱେବସାଇଟକୁ ନେଇଯିବ ଯାହା ଆପଣଙ୍କୁ ଟ୍ରାଫିକ ପୋଲିସ ୱେବସାଇଟ ପରି ଲାଗିବ । ଏହାପରେ ୱେବସାଇଟରେ ୟୁଜର୍ସଙ୍କୁ ପର୍ସନାଲ ଓ ଫାଇନାନ୍ସିଆଲ ଡାଟା ଭରିବାକୁ ହେବ । ଏହାପରେ ପେମେଣ୍ଟ କରିବାର ଅପ୍ସନ ଆସିଥାଏ । ସାଇବର ଠକ ୟୁଜର୍ସଙ୍କ ମୋବାଇଲ୍ ଆକ୍ସେସ୍ ବି କରି ନେଇ ତାଙ୍କ ଠାରୁ ସହଜରେ ହଜାର ହଜାର ଟଙ୍କା ଠକି ନେଇଥାଏ ।

Get real time updates directly on you device, subscribe now.