fbpx

ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି: ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ପ୍ରଦାନ କରାଯିବ ଜମିପଟ୍ଟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ବଡ଼ ନିଷ୍ପତ୍ତି ନେବା ସହିତ ନୂଆ ନୂଆ ଯୋଜନା ଲାଗୁ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ବର୍ଷ ପରେ ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ କରିବାକୁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ।

ହୀରାକୁଦ ପାଇଁ ୧୯ଟି ଗ୍ରାମର ବିସ୍ଥାପିତଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ । ଏଥିସହିତ ସୋରଡ଼ା ବ୍ଲକର ୧୭ଟି ଗ୍ରାମର ଲୋକ ମଧ୍ୟ ଜମିପଟ୍ଟା ପାଇବେ । ଆସନ୍ତା ଡିସେମ୍ବର ମାସଠାରୁ ଲିମେଇତିକ୍ରା, ସାହାସବାଗ, ଲାଛିପଲ୍ଲୀ, ପାତ୍ରପଲ୍ଲୀ, ଡୁଆଁମୁଣ୍ଡା ଗ୍ରାମର ଲୋକଙ୍କୁ ପଟ୍ଟା ପ୍ରଦାନ କରାଯିବ । ଚଳିତ ମାସ ୨୨ ତାରିଖ ସୁଦ୍ଧା ସୋରଡ଼ା ବ୍ଲକର ୧୭ଟି ଗ୍ରାମର ୮୮୩ ଜଣ ଲୋକଙ୍କୁ ଘରଡିହ ପଟ୍ଟା ଦିଆଯିବ । ୧୭୪୯ଟି ପରିବାରକୁ ୩୨୩୧ ଏକର ଜମି ଉପରେ ଅଧିକାର ମିଳିବ ।

ହୀରାକୁଦ ବନ୍ଧ ବିସ୍ଥାପିତଙ୍କର ଦୀର୍ଘଦିନର ସମସ୍ୟା, ରୟତ ସମସ୍ୟା, ସରକାରୀ ସ୍ଥାନରେ ଦୀର୍ଘଦିନ ଧରି ରହୁଥିବା ଲୋକଙ୍କର ଜମି ଅଧିକାର ସମସ୍ୟା ବାବଦରେ ୫ଟି ସଚିବ ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହାପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ୫ଟି ସଚିବ, ଉନ୍ନୟନ କମିଶନର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗଞ୍ଜାମ ଓ ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.