fbpx

ଇଷ୍ଟ୍ ବେଙ୍ଗଲ୍‌କୁ ୧-୦ ଗୋଲ୍‌ରେ ହରାଇ ୧୭ ଥର ପାଇଁ ଡୁରାଣ୍ଡ କପ୍ ଜିତିଲା ମୋହନ ବାଗାନ ସୁପର ଜାଏଣ୍ଟସ୍‌

ନୂଆଦିଲ୍ଲୀ: ରବିବାର ସ୍ଥାନୀୟ ସଲ୍ଟଲେକ୍ ଷ୍ଟାଡିୟମରେ ଅନୁଷ୍ଠିତ ଡୁରାଣ୍ଡ କପ୍ ଫାଇନାଲରେ ଇଷ୍ଟ ବେଙ୍ଗଲ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରିଛି ମୋହନବାଗାନ ସୁପର ଜାଏଣ୍ଟସ୍ । ୧୦ ଜଣଙ୍କୁ ନେଇ ଖେଳୁଥିବା ବେଳେ ୭୧ ତମ ମିନିଟ୍‌ରେ ଡିମିଟ୍ରୀ ପିଟ୍ରାଟୋସ୍ ମୋହନବାଗାନ ପାଇଁ ଏକମାତ୍ର ଗୋଲ୍ ସ୍କୋର୍ କରି ଦଳକୁ ଅଗ୍ରଣୀ କରିଥିଲେ । ଯାହା ଦଳ ପାଇଁ ବିଜୟ ସୂଚକ ଗୋଲ୍ ହୋଇଥିଲା ।

ମ୍ୟାଚ୍‌ର ୬୨ ତମ ମିନିଟ୍‌ରେ ଦ୍ୱିତୀୟ ୟେଲୋ କାର୍ଡ ପାଇଁ ମୋହନବାଗାନର ମୁଖ୍ୟ ଡିଫେଣ୍ଡର ଅନିରୁଦ୍ଧ ଥାପା ପଡ଼ିଆରୁ ବାହାରକୁ ଯିବାକୁ ବାଧ୍ୟ ହୋଇଥିଲେ । ଯାହାର ସୁଯୋଗ ଉଠାଇ ପାରି ନଥିଲା ଇଷ୍ଟ ବେଙ୍ଗଲ ଆଉ ଶେଷ ମିନିଟ୍ ସୁଦ୍ଧା ମୋହନ ବାଗାନର ରକ୍ଷଣାଭାଗକୁ ଭେଦ କରିବାରେ ସଫଳ ହୋଇ ନଥିଲା ।

ପୁର୍ବରୁ ୨୦୦୦ ମସିହାରେ ଶେଷ ଥର ପାଇଁ ମୋହନବାଗାନ ଡୁରାଣ୍ଡ କପ୍ ଜିତିଥିଲା । ପରେ ୨୦୦୪,୨୦୦୯ ଏବଂ ୨୦୧୯ରେ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ପରାଜୟର ସମ୍ନା କରିବାକୁ ପଡ଼ିଥିଲା । ଏହାରି ମଧ୍ୟରୁ ୨୦୦୪ରେ ଇଷ୍ଟ ବେଙ୍ଗଲ ସେମାନଙ୍କୁ ଫାଇନାଲରେ ପରାସ୍ତ କରିଥିଲା ।

Get real time updates directly on you device, subscribe now.