fbpx

ଆଶ୍ରୟ ଗୃହରେ ନାବାଳିକା ସହ ଦୁଷ୍କର୍ମ, DCW ଦିଲ୍ଲୀ ପୋଲିସକୁ ଜାରି କଲେ ନୋଟିସ୍

ନୂଆଦିଲ୍ଲୀ: ଏକ ଆଶ୍ରୟ ଗୃହରେ ନାବାଳିକାଙ୍କ ସହ ଅସଦାଚରଣ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ, ଶନିବାର ରାତିରେ ୧୮୧ ମହିଳା ହେଲ୍ପଲାଇନରେ କମିଶନ ଏକ କଲ ପାଇଥିଲେ, ଯାହା ବିଷୟରେ କମିଶନ ତୁରନ୍ତ ଦିଲ୍ଲୀ ପୋଲିସକୁ ଜଣାଇଥିଲେ ଏବଂ ଏକ ଟିମ୍ ପୀଡିତା ବାଳିକାଙ୍କୁ ଭେଟିଥିଲେ। ଏ ବାବଦରେ ଡିସିଡବ୍ଲ୍ୟୁ ଦିଲ୍ଲୀ ପୋଲିସକୁ ଏଫଆଇଆର କପି ସହିତ ଗିରଫ ସମ୍ପର୍କରେ ସୂଚନା ମାଗିଛି।

ବାସ୍ତବରେ ନାବାଳିକା ଜଣକ ତାଙ୍କ ମା’ଙ୍କ ମୃତ୍ୟୁ ଏବଂ ବାପାଙ୍କ ଦ୍ୱିତୀୟ ବିବାହ ପରେ କିଛି ବର୍ଷ ଧରି ଆଶ୍ରୟ ଗୃହରେ ରହୁଥିଲେ। ସେ କହିଥିଲେ ଯେ, ଅଗଷ୍ଟ ୩୧ ରେ ଯେତେବେଳେ ସେ ୱାଶରୁମକୁ ଯାଇଥିଲେ, ଆଶ୍ରୟ ଗୃହରେ ରହୁଥିବା ଜଣେ ବଡ ବାଳକ ତାଙ୍କୁ ବଳାତ୍କାର କରିଥିଲା। ସେ କହିଛନ୍ତି ଯେ, ସେ ଏହି ସୂଚନା ଆଶ୍ରୟ ଗୃହର ପରିଚାଳକଙ୍କୁ ଦେଇଛନ୍ତି, କିନ୍ତୁ ସେ କୌଣସି ପଦକ୍ଷେପ ନେଇ ନାହାଁନ୍ତି।

ଡିସିଡବ୍ଲୁ ମୁଖ୍ୟ ସ୍ୱାତୀ ମାଲିୱାଲ କହିଛନ୍ତି, “ଏକ ଆଶ୍ରୟ ଗୃହରେ ବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ଆମ ଟିମ ତୁରନ୍ତ ପୀଡିତାଙ୍କୁ ଭେଟି ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜିକରଣ କରିବାରେ ସାହାଯ୍ୟ କରିଥିଲା। ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବା ଉଚିତ୍। ଏହି ପ୍ରସଙ୍ଗରେ ଆଶ୍ରୟ ଗୃହ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ”

 

Get real time updates directly on you device, subscribe now.