fbpx

ସକାଳୁ ସକାଳୁ ଅଫଗାନିସ୍ତାନରେ ଭୂକମ୍ପ ଝଟକା, ଜାଣିନିଅନ୍ତୁ କେତେ ଥିଲା ଏହାର ତୀବ୍ରତା

ଆଫଗାନିସ୍ତାନ : ବିଗତ କିଛି ଦିନରୁ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଘଟଣା ସାମ୍ନାକୁ ଆସୁଛି । ତୁର୍କୀ, ଇଣ୍ଡୋନେସିଆରେ ଏହି ଭୂକମ୍ପରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଆଜି ପୁଣି ସକାଳୁ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିବାର ଖବର ମିଳିଛି । ଏହି ଭୂକମ୍ପ ଝଟକା ଫେୟଜାବାଦ ଅଞ୍ଚଳରେ ହୋଇଥିଲା, ଯାହା ଫଳରେ କି ଲୋକମାନେ ଭୟଭୀତ ହୋଇଥିଲେ । ଭୂକମ୍ପ ଝଟକା
ଅନୁଭବ କରିବାରୁ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ ।

ତେବେ ନ୍ୟାସନାଲ ସେଣ୍ଟର ଅଫ ସିସମୋଲୋଜି ଆକଳନ ଅନୁସାରେ ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳୀ ଫୟଜାବାଦରୁ ୧୯୬ କିଲୋମିଟର ଦୂରରେ ଥିଲା । ଲୋକମାନେ ଏହି ଭୂମିକମ୍ପ ଝଟକା ସକାଳ ୭ ଟା ୮ ମିନିଟରେ ଅନୁଭବ କରିଥିଲେ । ତେବେ ଏହି ଭୂମିକମ୍ପ ଦ୍ୱାରା କାହାର କୌଣସି କ୍ଷତି ହୋଇ ନଥିବା ଜଣା ପଡିଛି ।
ଆମ ପୃଥିବୀରେ ୭ଟି ଟେକ୍ଟନେଟିକ ପ୍ଲେଟ ରହିଛି । ଏହି ପ୍ଲେଟ ଗୁଡିକ ସବୁବେଳେ ବୁଲିିଥାଏ । କିନ୍ତୁ ବେଳେ ବେଳେ ପ୍ଲେଟ ଗୁଡିକ ଘୁରି ବୁଲିବା ସମୟରେ ପରସ୍ପର ସହ ଧକ୍କା ହୋଇଯାନ୍ତି । ଯାହା ଫଳରେ ଘର୍ଷଣ ସୃଷ୍ଟି ହେଇଥାଏ । ଏହି କାରଣରୁ ସ୍ଥଳ ଭାଗରେ ଭୂକମ୍ପ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.