fbpx

ଛତୁ ଚାଷ କରି ମାଲାମାଲ ହେଉଛନ୍ତି ଚାଷୀ, ସରକାର ଦେଉଛନ୍ତି ୫୦ ପ୍ରତିଶତ ଅନୁଦାନ

ନୂଆଦିଲ୍ଲୀ: ଚାଷୀମାନଙ୍କ ଅଗ୍ରଗତି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିସହ ଅନେକ ସହାୟତା ରାଶି ମଧ୍ୟ ପ୍ରଦାନ କରୁଛନ୍ତି । ଏହାରି ମଧ୍ୟରେ ବିହାର ରାଜ୍ୟରେ ମହିଳାମାନେ ମଧ୍ୟ ପୁରୁଷମାନଙ୍କ ଭଳି ଚାଷ କରୁଛନ୍ତି । ଆଜି ଆମେ ଏପରି କିଛି ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ମହିଳାମାନେ ଛତୁ ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନୁଯାୟୀ, ନଡାରେ ଛତୁ ଚାଷ କରୁଥିବା ଲାଭାର୍ଥୀ ମମତା କୁମାରୀଙ୍କ କହିବା ଅନୁଯାୟୀ, ସେ ୨୦୧୮ ମସିହାରୁ ଛତୁ ଛାଷ କରୁଛନ୍ତି । ତାଙ୍କର ଏସଏସଜୀ ଗ୍ରୁପ ମଧ୍ୟ ହୋଇଛି ଏବଂ ସରକାରଙ୍କ ତରଫରୁ ଛତୁ ଉତ୍ପାଦାନ ପାଇଁ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ଆମକୁ ବହୁ ସହାୟତା ମିଳୁଛି ଏବଂ ଆଗକୁ ବଢିବା ଲାଗି ସୁଯୋଗ ମିଳୁଛି । ଛତୁରୁ ତିଆରି ହେଉଥିବା ଉତ୍ପାଦ ଯଥା- ବିସ୍କୁଟ, ପାମ୍ପଡ଼, ଆଚାର ଆଦି ମଧ୍ୟ ଉତ୍ପାଦନ କରାଯାଉଛି ।

ଏମଆଇଡିଏଚ ଯୋଜନା ଅନ୍ତର୍ଗତ ଛତୁ, ଛତୁ ସ୍ପାନ ଏବଂ ଛତୁ କମ୍ପୋଷ୍ଟ ଉତ୍ପାଦନ ଲାଗି ବିହାର ସରକାର ୫୦ ପ୍ରତିଶତ ଅନୁଦାନ ପ୍ରଦାନ କରୁଛନ୍ତି । ଛତୁ ଚାଷରେ କମ୍ ଖର୍ଚ୍ଚ ଏବଂ ଲାଭ ଅଧିକ ରହିଛି । ଏହି କାରଣରୁ ଛତୁ ଚାଷ ବଢିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ସାରା ଦେଶରେ ବିହାର ରାଜ୍ୟ ଛତୁ ଉତ୍ପାଦନରେ ଆଗୁଆ । ଗ୍ରାମୀଣ ଅଞ୍ଚଳରେ ରୋଜଗାର ବଢାଇବା ଲାଗି କୃଷକଙ୍କୁ ସରକାରଙ୍କ ତରଫରୁ ଅନୁଦାନ ମଧ୍ୟ ଦିଆଯାଉଛି ।

Get real time updates directly on you device, subscribe now.