fbpx

India vs Bharat row: ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଇଣ୍ଡିଆ’ ନାମ ପରିବର୍ତ୍ତନ ହେବ ନାହିଁ, ଏହା ଏକ ଗୁଜବ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାରା ଦେଶରେ ଏବେ ‘ଇଣ୍ଡିଆ’ର ‘ଭାରତ’ ନାମ ପରିବର୍ତ୍ତନକୁ ନେଇ ଜୋରସୋରରେ ଚର୍ଚ୍ଚା ଜାରି ରହିଛି । ତେଣୁ ‘ଇଣ୍ଡିଆ’ ଶବ୍ଦକୁ ହଟାଇବା ପାଇଁ ଆସନ୍ତା ୧୮-୨୨ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଏକ ବିଲ୍ ଆଣିପାରନ୍ତି ବୋଲି କୁହାଯାଉଥିଲା । ଆସନ୍ତା ୯-୧୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରକୁ ନେଇ ଏହି ବିବାଦର ସୂତ୍ରପାତ ହୋଇଥିଲା ।

ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଲେଖାଯାଇଥିଲା । ତେଣୁ ୨୦୨୪ ପୂର୍ବରୁ ମୋଦୀ ସରକାର ‘ଇଣ୍ଡିଆ’ ଶବ୍ଦକୁ ହଟାଇ ‘ଭାରତ’ କରିଦେବେ ବୋଲି ବିରୋଧୀମାନେ ମୋଦୀଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଇତିହାସକୁ ବିକୃତ କରି ଇଣ୍ଡିଆକୁ ବିଭାଜନ କରିବାକୁ ଚାହୁଁଥିବା କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ।

ତେବେ ଏହି ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏ ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ‘ଇଣ୍ଡିଆ’ର ନାମ ‘ଭାରତ’ ପରବର୍ତ୍ତନ କରିବା ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ନାହିଁ । ଯେଉଁମାନେ ଏପରି ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍ । ନାମ ପରବର୍ତ୍ତନକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କେବଳ ଏକ ଗୁଜବ ମାତ୍ର । ‘ଭାରତ’ ପ୍ରତି ବିରୋଧୀଙ୍କର କିଭଳି ମାନସିକତା ରହିଛି, ତାହା ଏବେ ସ୍ପଷ୍ଟ ଭାବେ ଜଣାପଡ଼ୁଛି । ସେମାନେ ‘ଭାରତ’ ବିରୋଧରେ କିପରି କହିପାରୁଛନ୍ତି ।

Get real time updates directly on you device, subscribe now.