fbpx

ଡଙ୍ଗାରେ ନଦୀ ପାର ହେଉଥିଲେ ୧୦ ଜଣ ଲୋକ: ହଠାତ ଆସିଲା ବର୍ଷା ପବନ, ଓଲଟିଲା ଡଙ୍ଗା

ବିହାର : ବିହାର ଦରଭଙ୍ଗା ଜିଲ୍ଲାର କୁଶେଶ୍ୱରସ୍ଥାନ ପୂର୍ବ ପ୍ରଖଣ୍ଡ ଝାଝରା ଏବଂ ଗଡହପୁର ମଧ୍ୟରେ ଥିବା ଶହାପୁର ଅଞ୍ଚଳରେ ସନ୍ଧ୍ୟାରେ ଝଡ ତୋଫାନ ହୋଇଥିଲା । କମଲା ନଦୀରେ କିଛି ଲୋକ ଡଙ୍ଗାରେ ପାର ହୋଇ ଅନ୍ୟ ଗାଁକୁ ଯାଉଥିଲେ । ସେହି ସମୟରେ ଝଡ ତୋଫାନ ହେବାରୁ ଡଙ୍ଗାଟି ନଦୀ ମଝିରେ ଓଲଟି ପଡିଥିଲା ।

ଡଙ୍ଗାରେ ୧୦ ଜଣ ଲୋକ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଲୋକ ପହଁରି କୂଳରେ ପହଞ୍ଚି ଥିଲେ । ବାକି ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୩ ଜଣ ଶିଶୁଥିଲେ । ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ କୁଶେଶ୍ୱରସ୍ଥାନର ବିକାଶ ପଦଧିକାରୀ, ଅଞ୍ଚଳ ଅଧିକାରୀଙ୍କ ସମେତ ଏସଡିଓ ପହଞ୍ଚି ପିଡିତଙ୍କ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବାର ଭରଷା ଦେଇଥିଲେ ।

ତେବେ ସୂଚନା ଅନୁସାରେ ଝାଝରା ଗାଁରେ ଥିବା ମାର୍କେଟରୁ କିଣାକିଣି କରିବା ପାଇଁ ୧୦ ଜଣ ଲୋକ ଡଙ୍ଗାରେ ବସି ନଦୀ ପାର ହେଉଥିଲେ । ସେହି ସମୟରେ ଝଡ ତୋଫାନ ହେବା କାରଣରୁ ଡଙ୍ଗାଟି ଓଲଟି ଯାଇଥିଲା । ଯେତେବେଳେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ସୂଚନା ମିଳିଲା ସେତେବେଳେ ଲୋକମାନେ ଡଙ୍ଗା ନେଇ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ । କିନ୍ତୁ ସେତେବେଳେ ୫ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହା ପରେ ଘଟଣା ସ୍ଥଳରେ କୁଶେଶ୍ୱରସ୍ଥାନର ବିକାଶ ଅଧିକାରୀ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ କହିଥିଲେ । ସେମାନଙ୍କ ପରିବାରକୁ ଖୁବ ଶିଘ୍ର ସହାୟତା ରାଶି ଘୋଷଣା କରାଯିବ ।

Get real time updates directly on you device, subscribe now.