fbpx

ସୁପରଫୁଡ୍‌ କରମଙ୍ଗା, ଭୋକ ଲାଗିବା ମାତ୍ରେ ତୁରନ୍ତ ଖାଆନ୍ତୁ ମିଳିବ ବହୁ ଫାଇଦା

ନୂଆଦିଲ୍ଲୀ: ଯେତେବେଳେ ପୁଷ୍ଟିକର ଖାଦ୍ୟର କଥା ଉଠିଥାଏ ସେତେବେଳେ ଆମେ ବହୁ ସୁପରଫୁଡସ୍ ବିଷୟରେ କହିଥାଉ । ଛତୁ, ବ୍ଲୁବେରୀ, ଡାଲି, କଦଳୀ ଓ ସବୁଜପତ୍ରଯୁକ୍ତ ପନିପରିବା ଆମକୁ ବହୁ ସ୍ୱାସ୍ଥ୍ୟଗତ ଲାଭ ଦେଇଥାଏ । ଏଗୁଡିକ କମ୍ କ୍ୟାଲୋରୀଯୁକ୍ତ ହେବା ସହିତ ଆମକୁ ଭିଟାମିନ୍‌, ମିନେରାଲ, ଆଣ୍ଟି ଅକ୍ସିଡାଣ୍ଟ ଓ ଅନ୍ୟ ପୋଷକତତ୍ତ୍ୱ ପ୍ରଦାନ କରିଥାଏ । ଏହିପରି ଏକ ସୁପରଫୁଡ୍ ହେଉଛି କରମଙ୍ଗା ଯାହାକୁ  ଷ୍ଟାର ଫଳ କୁହାଯାଏ ।

ଏସିଆରେ ସାଧାରଣତଃ ଏହି ଫଳ ଖିଆଯାଇଥାଏ । ଏହାକୁ କାଟିବା ପରେ ଏହା ୫ ବିନ୍ଦୁ ବିଶିଷ୍ଟ ଏକ ତାରା ପରି ଦେଖାଯାଉଥିବାରୁ ଏହାକୁ ଷ୍ଟାରଫଳ କୁହାଯାଏ । ଏହା ଏକ ରସାଳିଆ ଫଳ ଅଟେ । ଏହି ଫଳ ସ୍ୱାସ୍ଥ୍ୟ ଲାଗି ବହୁତ ଲାଭଦାୟକ ହୋଇଥାଏ ।

ଏହି ଫଳରେ ବହୁ ପୋଷକତତ୍ତ୍ୱ ବିଶେଷକରି ଫାଇବର ଭରପୁର ମାତ୍ରାରେ ରହିଥାଏ । ଏହା ବ୍ୟତିତ ଏଥିରେ କମ୍ କ୍ୟାଲୋରୀ ବି ଥାଏ । ଏହା ରକ୍ତରେ ବ୍ଲଡ ଗ୍ଲୁକୋଜର ସନ୍ତୁଳନ ରକ୍ଷା କରିଥାଏ । ଏଥିରେ ଥିବା ଫାଇବର କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ଓ ଭଲ ବ୍ୟାକ୍ଟେରିଆର ବଂଶବୃଦ୍ଧିକୁ ପ୍ରୋତ୍ସାହନ ଦେଇ ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ ।

ଷ୍ଟାରଫଳରେ କୋଲେଷ୍ଟ୍ରଲ ହ୍ରାସ କରିବାର ଗୁଣ ରହିଛି । କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିବା ଦ୍ୱାରା ହୃଦରୋଗର ସମ୍ଭାବନା ବି କମିଯାଏ । ଏଥିରେ କମ୍ କ୍ୟାଲୋରୀ ଥିବାରୁ ଓ ଫାଇବରରେ ଭରପୁର ହୋଇଥିବାରୁ ଏହା ଓଜନ ହ୍ରାସ କରିବାରେ ବି ସହାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ବହୁ ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥିବା ପରି ଲାଗେ । ଫଳରେ ଆପଣଙ୍କ ମେଟାବଲିଜିମ୍ ଠିକ୍ ରହିଥାଏ । ଏଣୁ ଆପଣଙ୍କୁ ଯେତେବେଳେ ବି ଭୋକ ଲାଗିଲେ ଆପଣ ଏହାକୁ ବିନା ସଂକୋଚରେ ଖାଇପାରିବେ ।

Get real time updates directly on you device, subscribe now.