fbpx

ବ୍ରହ୍ମାଣ୍ଡ ଉତ୍ପତ୍ତିର ରହସ୍ୟ ଖୋଲିବ ଜାପାନର ଏକ୍ସରେ ରକେଟ୍ !

ଟୋକିଓ : ଚନ୍ଦ୍ର, ମଙ୍ଗଳ, ଶୁକ୍ର ଓ ସୂର୍ଯ୍ୟଙ୍କ ପରେ ଏବେ ବ୍ରହ୍ମାଣ୍ଡ ଉତ୍ପତ୍ତିର ରହସ୍ୟ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବିଶ୍ୱ ବ୍ରହ୍ମାଣ୍ଡର ଉତ୍ପତ୍ତି କିପରି କେଉଁଠି ହୋଇଥିଲା ତାହା ଏବେ ମଧ୍ୟ ରହସ୍ୟାବୃତ୍ତ ହୋଇ ରହିଯାଇଛି । ତେବେ ବୈଜ୍ଞାନିକମାନେ ଖୁବ ଶୀଘ୍ର ବ୍ରହ୍ମାଣ ଉତ୍ପତ୍ତି ରହସ୍ୟ ଉପରୁ ପର୍ଦ୍ଦା ହଟାଇବେ ।

ଏଥିପାଇଁ ଗୁରୁବାର ଜାପାନ ପକ୍ଷରୁ ଏକ ଏକ୍ସରେ ଦୂରବିକ୍ଷଣକୁ ରକେଟ ଯୋଗେ ଚନ୍ଦ୍ରକୁ ପଠାଯାଇଛି । ଏହି ଯନ୍ତ୍ର ବ୍ରହ୍ମାଣ୍ଡ ଉତ୍ପତ୍ତିର ରହସ୍ୟ ଉପରକୁ ପର୍ଦ୍ଦା ହଟାଇବ । ଏହି ରକେଟ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଜାପାନ ପକ୍ଷରୁ ପଠାଯାଇଥିବା ରକେଟରେ ଏକ୍ସ ଦୂରବିକ୍ଷଣ ଯନ୍ତ୍ର ସହିତ ଏହାକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ନିମନ୍ତେ ଏକ ଛୋଟ ଲ୍ୟାଣ୍ଡର ମଧ୍ୟ ପଠାଯାଇଛି । ଦକ୍ଷିଣ ପଶ୍ଚିମ ଜାପାନର ଟନେଗା ସୀମା ମହାକାଶ କେନ୍ଦ୍ରରୁ ଏଚ୍ଆଇଆଇ-ଏ ରକେଟରେ ଉତକ୍ଷେପଣକୁ ଜାପାନ ଏରୋସ୍ପେଶ୍ଏ ଜେନ୍ସି ସିଧା ପ୍ରସାରଣ କରିଛି ।

ରକେଟର ପ୍ରକ୍ଷେପଣ ଓ ପ୍ରଶାନ୍ତ କ୍ଷେତ୍ର ଉପରେ ଉଡ଼ାଣ ପରେ ଜାପାନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଆମେ ଏହି ରକେଟକୁ ଚନ୍ଦ୍ରପୃଷ୍ଠକୁ ପଠାଇଛୁ । ଉତକ୍ଷେପଣର ୧୩ମି. ପରେ ଏହାକୁ ଏକ ଉପଗ୍ରହକୁ ପୃଥିବୀ କକ୍ଷପଥରେ ସ୍ଥାପିତ କରାଯାଇଛି । ଯାହା ବେଗ ମାପ କରିବା ସହ ଆକାଶଗଙ୍ଗା ସଂରଚନାର ସନ୍ଧାନ କରିବ । ଏଥିରୁ ଆକାଶୀୟ ପିଣ୍ଡ କିପରି ସୃଷ୍ଟି ହୁଏ ତାହା ଜାଣିବା ପାଇଁ ସହଜ ହେବ ବୋଲି ଜାପାନ ପକ୍ଷରୁ କୁହାଯାଇଛି ।

ତେବେ ଏହି ମୁଖପାତ୍ର ଜଣଙ୍କ କହିଛନ୍ତି ଯେ, ଆମେ ଖୁବଶୀଘ୍ର ଏହି ରହସ୍ୟ ଉପରୁ ପର୍ଦ୍ଦା ହଟାଇ ପାରିବୁ । ନାସା ସହଯୋଗରେ ଜେଏଏକ୍ସଏ ବିଭିନ୍ନ ତରଙ୍ଗର ଦୈଘ୍ୟ ଉପରେ ଆଲୋକର ଶକ୍ତି, ମହାକାଶରେ ପଦାର୍ଥର ତାପମାତ୍ରା ତଥା ସେଗୁଡିକର ଆକାର ଓ ଚମକର ସନ୍ଧାନ କରିବ । ଏହି ଜାପାନ ରକେଟରେ ସ୍ମାର୍ଟ ଲ୍ୟାଣ୍ଡର ଫର ଇନ୍ଭେଷ୍ଟଗେଟିଂ ମୁନ୍ ପଠାଯାଇଛି ।

Get real time updates directly on you device, subscribe now.