fbpx

ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ଆରମ୍ଭ: ୟୁରୋପୀୟ ସାଂସଦମାନଙ୍କ ସହ କଲେ ଏହି ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ସପ୍ତାହ ବିଦେଶ ଯାତ୍ରାରେ ବାହାରିଛନ୍ତି । ଗୁରୁବାର ଦିନ ରାହୁଲ ଗାନ୍ଧୀ ବ୍ରସେଲ୍ସରେ ୟୁରୋପୀୟ ସାଂସଦଙ୍କ ସହ ବନ୍ଦ କୋଠରୀରେ ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା କରିଥିଲେ । ଯେଉଁ ଘଟଣା ଉପରେ ଚର୍ଚ୍ଚା କରୁଥିଲେ ସେଥିମଧ୍ୟରୁ ଗୋଟିଏ ବିଷୟ ମଣିପୁର ପ୍ରସଙ୍ଗ ଥିଲା । ଏହା ପୂର୍ବରୁ ଜୁଲାଇ ମାସରେ ୟୁରୋପୀୟ ସଙ୍ଘ ମଣିପୁର ପାଇଁ ଏକ ପ୍ରସ୍ତାବ ପାରିତ କରିଥିଲେ ।

କଂଗ୍ରେସ ସୂତ୍ରରୁ ଜଣା ପଡିଛି, ରାହୁଲ ଗାନ୍ଧୀ ୟୁରୋପୀୟ ସାଂସଦଙ୍କ ସହ ହୋଇଥିବା ବୈଠକ ସଫଳ ଥିଲା । ଏଥିସହ ରାହୁଲ ଗାନ୍ଧୀ ୟୁରୋପୀୟ ସାଂସଦଙ୍କ ଗୋଲ ଟେବୁଲ ବୈଠକରେ ମଧ୍ୟ ସାମିଲ ହୋଇଥିଲେ । ସାଂସଦ ଅଲବିନା ଅଲମେସ୍ତା ଏବଂ ସାଂସଦ ପିୟରେ ଲାରୋତୁରୋ ଏହାର ହୋଷ୍ଟ କରିଥିଲେ । କିନ୍ତୁ ବ୍ରସେଲ୍ସରେ ହୋଇଥିବା ଚର୍ଚ୍ଚା ସଂସଦମାନଙ୍କ ଦୈନିକ ଏଜେଣ୍ଡାରେ ସାମିଲ ନାହିଁ । କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ଫଟୋରେ ଦେଖିବାକୁ ମିଳିଛି ରାହୁଙ୍କ ସହିତ କଂଗ୍ରେସ ନେତା ସୋମ ପିତ୍ରୋଦା ଏହି ବୈଠକରେ ସାମିଲ ହୋଇଥିଲେ ।

ରାହୁଲ ଗାନ୍ଧୀ ୮ ସେପ୍ଟେମ୍ବରରେ ପ୍ୟାରିସରେ ଏକ ବିଶ୍ୱ ବିଦ୍ୟାଳୟରେ ଛାତ୍ର ମାନଙ୍କୁ ସମ୍ବୋଧିତ କରିବେ । ଏହାପରେ ପ୍ୟାରିସରେ ଶ୍ରମିକ ସଂଗଠନର ବୈଠକରେ ମଧ୍ୟ ସାମିଲ ହେବେ । ପ୍ୟାରିସ ପରେ ରାହୁଲ ଗାନ୍ଧୀ ହଲ୍ୟାଣ୍ଡ ଯାତ୍ରା କରିବେ ଏବଂ ୧୦ ସେପ୍ଟେମ୍ବରରେ ୟୁନିଭର୍ସିଟିର ଛାତ୍ର ମାନଙ୍କୁ ଭେଟିବେ । ୧୧ ସେପ୍ଟେମ୍ବରରେ ଓସଲୋରେ ପ୍ରବାସୀ ଭାରତୀୟଙ୍କ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ୧୩ ସେପ୍ଟେମ୍ବରରେ ରହୁଲ ଭାରତ ଫେରିବେ ।

Get real time updates directly on you device, subscribe now.