fbpx

ଅକ୍ଷୟ କୁମାର ଜନ୍ମଦିନରେ କଲେ ମହାକାଲଙ୍କ ଦର୍ଶନ, ଭଷ୍ମ ଆରତୀରେ ହେଲେ ସାମିଲ

ନୂଆଦିଲ୍ଲୀ: ଅକ୍ଷୟ କୁମାର ଶନିବାର ଦିନ ସକାଳୁ ସକାଳୁ ମହାକାଲଙ୍କ ଭଷ୍ମ ଆରତୀରେ ସାମିଲ ହେବା ଲାଗି ଉଜୟିନୀ ପହଁଚିଛନ୍ତି । ସେ ଆଜି ନିଜ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି ଏବଂ ମହାକାଲଙ୍କ ଦର୍ଶନ କରି ସେ ଏହାକୁ ଆହୁରି ଖାସ କରିଛନ୍ତି । ଅକ୍ଷୟ ନିଜ ପରିବାର ସହ ଭଗବାନ ମହାକାଲେଶ୍ୱର ଦ୍ୱାରରେ ଶନିବାରେ ହେଉଥିବା ଭଷ୍ମ ଆରତୀରେ ସାମିଲ ହୋଇଛନ୍ତି । ସେ କ୍ରିକେଟର ଶିଖର ଧାୱାନଙ୍କ ସହ ଭଗବାନ ମହାକାଲଙ୍କ ଭଷ୍ମ ଆରତୀରେ ସାମିଲ ହୋଇ ଭାରତୀୟ ଟିମର ବିଜୟ ଏବଂ ଦେଶର ଉନ୍ନତି ଲାଗି ପ୍ରାର୍ଥନା କରିଛନ୍ତି ।

ଅକ୍ଷୟ କୁମାର ଭଗବାନଙ୍କ ମହାକାଲଙ୍କ ଦ୍ୱାରରେ ସବୁଠାରୁ ଆଗରେ ବସି ଭଷ୍ମ ଆରତୀରେ ଭଗବାନ ମହାକାଲଙ୍କ ଆର୍ଶୀବାଦ ନେଇଛନ୍ତି । କ୍ରିକେଟର ଶିଖର ଧାୱନ ମଧ୍ୟ ଭଷ୍ମ ଆରତୀରେ ସାମିଲ ହୋଇ ଭାରତୀୟ ଟିମର ବିଜୟ ପ୍ରାର୍ଥନା କରିଛନ୍ତି ଅକ୍ଷୟ କୁମାର ମିଡିଆରେ କହିଛନ୍ତି ଯେ, ସେ ଦେଶର ଉନ୍ନତି ପାଇଁ ପ୍ରାର୍ଥନା କରିଛନ୍ତି ।

ଅକ୍ଷୟ କୁମାର ଫିଲ୍ମ ସୁଟିଂ ପୂର୍ବରୁ ମଧ୍ୟ ଭଗବାନ ମହାକାଲ ମନ୍ଦିର ପରିଦର୍ଶନ କରିଛନ୍ତି । ସେ ମହାକାଲ ମନ୍ଦିରରେ ପହଁଚିବେ ବୋଲି ମନ୍ଦିର ସମିତି ବ୍ୟତୀତ ଅନ୍ୟ କେହି ଜାଣିନଥିଲେ । ହଠାତ ସେ ପହଁଚିବାରୁ ତାଙ୍କୁ ଶ୍ରଦ୍ଧାଳୁମାନେ ଦେଖି ବହୁତ ଖୁସି ହୋଇଯାଇଛନ୍ତି ।

Get real time updates directly on you device, subscribe now.