fbpx

ଗାଧୋଇବା ସମୟରେ କରନ୍ତୁନିି ଏସବୁ ଭୁଲ୍‌, ଅନ୍ୟଥା ଆପଣଙ୍କ ତ୍ୱଚା ଓ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ

ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଲାଗି ପ୍ରତିଦିନ ଗାଧୋଇବା ନିହାତି ଜରୁରୀ । ପ୍ରତିଦିନ ସକାଳେ ଗାଧୋଇବା ଦ୍ୱାରା ଏକ ତାଜା ଅନୁଭବ ମିଳିଥାଏ । ତେବେ ଗାଧୋଇବାର ତରିକା ସମସ୍ତଙ୍କ ଲାଗି ତ ଅଲଗା ଅଲଗା ହୋଇଥାଏ । କିନ୍ତୁ କିଛି ଲୋକ ଗାଧୋଇବା ସମୟରେ ଏପରି କିଛି ଭୁଲ୍ କରିଦିଅନ୍ତି ଯାହା ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଗାଧୋଇବାର ସଠିକ୍ ତରିକା ।
ଅଧିକ ସମୟ ପର୍ଯ୍ୟନ୍ତ ଗାଧାନ୍ତୁ ନାହିଁ:
ପାଣିରେ ଅଧିକ ସମୟ ପର୍ଯ୍ୟନ୍ତ ଗାଧୋଇବା ଦ୍ୱାରା ତ୍ୱଚା ଓ କେଶ ରୁକ୍ଷ ହୋଇଯାଏ । ଯେଉଁମାନଙ୍କର ତ୍ୱଚା ଶୁଷ୍କ ସେମାନଙ୍କୁ ବିଶେଷଜ୍ଞ କେବଳ ୫ ମିନିଟ୍ କିମ୍ବା ଏହାଠାରୁ କମ୍ ସମୟ ପର୍ଯ୍ୟନ୍ତ ଗାଧୋଇବାକୁ ପରାମର୍ଶ ଦେଇଥାନ୍ତି । ଏହା ମଧ୍ୟ ଧ୍ୟାନ ରଖନ୍ତୁ ଗାଧୋଇବା ସମୟରେ ବହୁ ସମୟ ପର୍ଯ୍ୟନ୍ତ ପାଣି ତଳେ ଛିଡା ହୋଇ ରୁହନ୍ତୁ ନାହିଁ ।
ଥଣ୍ଡା ପାଣିରେ ଗାଧାନ୍ତୁ:
ଗରମ ପାଣିରେ ଗାଧୋଇବା ଦ୍ୱାରା ଶରୀରରୁ ପ୍ରାକୃତିକ ତୈଳାଂଶ ନଷ୍ଟ ହୋଇଯାଏ । ଏହାଦ୍ୱାରା ତ୍ୱଚାକୁ ବି କ୍ଷତି ପହଞ୍ଚିଥାଏ । ଏଣୁ ସାମାନ୍ୟ ଉଷୁମ କିମ୍ବା ଥଣ୍ଡା ପାଣିରେ ଗାଧୋଇବା ଭଲ ।
ବାରମ୍ବାର କେଶ ଧୁଅନ୍ତୁ ନାହିଁ:
ଶରୀରର ଅନ୍ୟ ଅଂଶ ପରି ବାରମ୍ବାର ମୁଣ୍ଡ ଧୁଅନ୍ତୁ ନାହିଁ । ବାରମ୍ବାର କେଶ ଧୋଇବା ଦ୍ୱାରା କେଶ ରୁକ୍ଷ ହୋଇଯାଏ ।
ତ୍ୱଚାକୁ ରଗଡି ଘସନ୍ତୁ ନାହିଁ: ଗାଧୋଇବା ସମୟରେ ତ୍ୱଚାକୁ ରଗଡି ଘସିବା ଦ୍ୱାରା ତ୍ୱଚା ପୋଡାଜଳା ହେବା ସହ କୁଣ୍ଡାଇ ବି ହୋଇଥାଏ । ଏହା ସହିତ ଗାଧୋଇବା ପରେ ଶରୀରକୁ ଶୁଖାଇବାକୁ ଚେଷ୍ଟା କରନ୍ତୁ ।
ମଇଶ୍ଚରାଇଜର ଲଗାନ୍ତୁ:
ଗାଧୋଇବାର ୨ରୁ ୩ ମିନିଟ୍ ଭିତରେ ସଙ୍ଗେ ସଙ୍ଗେ ମଇଶ୍ଚରାଇଜର ଲଗାନ୍ତୁ । ଆପଣଙ୍କ ତ୍ୱଚା ଶୁଷ୍କ ହୋଇଥିଲେ ଦିନରେ ୨ ଥର ମଇଶ୍ଚରାଇଜର ଲଗାନ୍ତୁ ।
ବେଶୀ ସାବୁନ ଲଗାନ୍ତୁ ନାହିଁ:
ବିଶେଷଜ୍ଞଙ୍କ ମତ ସାବୁନ ଆପଣଙ୍କ ତ୍ୱଚାରେ ଥିବା ତୈଳାଂଶକୁ ନଷ୍ଟ କରିଦେଇପାରେ । ଏଣୁ ତ୍ୱଚାକୁ ସଫା କରିବା ପାଇଁ ସାବୁନ ପରିବର୍ତ୍ତେ ମଇଶ୍ଚରାଇଜିଂ ବଡି ୱାଶ ବ୍ୟବହାର କରିବା ଭଲ ।

Get real time updates directly on you device, subscribe now.