fbpx

(Video) ଫିଲ୍ମ ‘ଜୱାନ’ ଚାଲିଥିବା ବେଳେ ହଲରେ ପହଞ୍ଚିଲେ Duplicate ଶାହାରୁଖ ଖାନ, ତା’ପରେ ସୋ’ରେ ହୋଇଥିଲା ଏପରି..

ମୁମ୍ବାଇ: ନିକଟରେ ସେପ୍ଟେମ୍ବର ୭ ତାରିଖ ଦିନ ରିଲିଜ ହୋଇଛି ଶାହରୁଖ ଖାନ ଏବଂ ଏଟଲି କୁମାରଙ୍କ ମୋଷ୍ଟ ୱାଣ୍ଟେଡ ଫିଲ୍ମ ‘ଜୱାନ’ । ଫିଲ୍ମ ରିଲିଜ ପରେ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ୨୦୨୩ରେ ଫିଲ୍ମରେ ଏହା ଶାହରୁଖ ଖାନଙ୍କ୨ୟ ରିଲିଜ୍ । ଫିଲ୍ମଟି ରିଲିଜ ହେବା ପରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି ଏହା ଭିତରେ ଦେଖିବାକୁ ମିଳିଛି ହଲ ଭିତରେ ‘ଜୱାନ’ ଫିଲ୍ମର ଗୀତରେ ଲୋକମାନେ ନାଚୁଛନ୍ତି । ଫିଲ୍ମ ପାଇଁ ଲୋକମାନଙ୍କ ମଧ୍ୟରେ କ୍ରେଜ ମଧ୍ୟ ଦେଖବାକୁ ମିଳୁଛି । ଏହି ଫିଲ୍ମର ଡାଇଲଗ, ଶାହାରୁଖଙ୍କ ଲୁକ, ଡ୍ୟାନ୍ସକୁ ମଧ୍ୟ ଲୋକମାନେ ଫଲୋ କରୁଛନ୍ତି ।

ତେବେ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ଅନେକ ଲୋକ ଦ୍ୱନ୍ଦରେ ପଡିଯିବେ । କାରଣ ଏଥିରେ ଶହାରୁଖ ଖାନଙ୍କ ନୁହେଁ ବରଂ ତାଙ୍କ ନକଲ ଇବ୍ରାହିମ କାଦ୍ରିଙ୍କୁ ଦେଖିବାକୁ ମିଳୁଛି ।

ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଛି ଯେଉଁଥିରେ ଇବ୍ରାହିମ କାଦ୍ରି ‘ଜିନ୍ଦା ବନ୍ଦା’ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ଆଉ ଜୱାନ ଫିଲ୍ମର ‘ଜିନ୍ଦା ବନ୍ଦା’ ଗୀତଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାର ଡ୍ୟାନ୍ସ ଷ୍ଟେପକୁ ମଧ୍ୟ ଲୋକମାନେ ଫଲୋ କରୁଛନ୍ତି । ତେବେ ଇବ୍ରାହିମ କାଦ୍ରି ତାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏଥିରେ ଦେଖିବାକୁ ମିଳିଥିଲା ବଡ ପରଦାରେ ଗୀତ ଚାଲିଥିବା ବେଳେ ତଳେ ଇବ୍ରାହିମ କାଦ୍ରି ନାଚୁଥିଲେ । ଏହି ଭିଡିଓରେ ଅନେକ ଲୋକଙ୍କ କମେଣ୍ଟ ଆସିଥିବା ମଧ୍ୟ ଦେଖିବାକୁ ମିଳିଛି । ଭିଡିଓରେ ରିଅଲ ଅଭିନେତା ଶାହାରୁଖ ଖାନ ନାଚୁଥିବା ପରି ମନେ ହେଉଛି ।

 

View this post on Instagram

 

A post shared by Ibrahim qadri (@ibrahim__qadri)

 

 

 

Get real time updates directly on you device, subscribe now.