fbpx

ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟଙ୍କ ପାଇଁ ଖୁସି ଖବର, ପ୍ରାଣୀ ଉଦ୍ୟାନକୁ ଆସିଲେ ୫ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନକୁ ୩ ପ୍ରଜାତିର ୫ ନୂଆ ଅତିଥି ଆସିଛନ୍ତି । ୧ହଳ ହୁଲୁକ୍ ଗିବନ, ଏକ ହଳ ଘୁଷୁରୀ ଲାଞ୍ଜି ମାଙ୍କଡ଼ ଓ ଗୋଟିଏ ମାଈ କଳା ହିମାଳୟ ଭାଲୁ ପ୍ରଣୀ ଉଦ୍ୟାନକୁ ଅଣାଯାଇଛି । ଶୁକ୍ରବାର ଦିନ ନୂଆ ଅତିଥିମାନେ ନନ୍ଦନକାନନ ଚିଡିଆଖାନାରେ ପହଁଚିଛନ୍ତି ।

ଚିଡ଼ିଆଖାନରେ ଖାଲିଥିବା ଖୁଆଡ଼ଗୁଡ଼ିକରେ ଏମାନଙ୍କୁ ରଖାଯିବ । ଚଳିତବର୍ଷ ନୂଆ ଅତିଥି ଆଣିବା ଲାଗି ପସ୍ତୁତି ଆରମ୍ଭ ହୋଇଥିଲା । କେନ୍ଦ୍ରୀୟ ଚିଡ଼ିଆଖାନାର ଅନୁମୋଦନ କ୍ରମେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏହି ଜନ୍ତୁଗୁଡ଼ିକୁ ଅଣାଯାଇଛି । ଗତ ୨୭ ତାରିଖ ନନ୍ଦନକାନନ ଏସିଏଫ ଡ. ସୁଦୀପ୍ତ କୁମାର ପଣ୍ଡା, ପ୍ରାଣୀ ଚିକିତ୍ସକ ବିକ୍ରମ ଟି, ଏଫଜି ପ୍ରତାପ ଖୁଣ୍ଟିଆ, ପଶୁ ରକ୍ଷକ ପ୍ରତାପ ଖୁଣ୍ଟିଆ, ପଶୁ ରକ୍ଷକ ପ୍ରତାପ ରାଉତ ଓ ଆଉଟସୋର୍ସ କର୍ମଚାରୀ ପ୍ରକାପ ମଣ୍ଡଳ, ଗଙ୍ଗାଧର ହାଁସଦା ମିଜୋରାମ ସ୍ଥିତ ଆଇଜଲ ଚିଡ଼ିଆଖାନାକୁ ଯାଇ ସେଠାରୁ ଏହି ଜନ୍ତୁଗୁଡ଼ିକୁ ଆଣିଛନ୍ତି ।

ଏହା ବଦଳରେ ଗତ ମାର୍ଚ୍ଚ ମାସ ୨୭ ତାରିଖରେ ନନ୍ଦନକାନନରୁ ଅଣ୍ଡିରା ମହାବଳ ବାଘ କୁନ୍ଦନ ଓ ବାଘୁଣୀ ଆଦ୍ୟାଶାକୁ ବିଦାୟ ଦିଆଯାଇଥିଲା । ଗତ ୨୭ ତାରିଖରେ ଅରୁଣାଚଳ ପ୍ରଦେଶ ଇଟାନଗରରୁ ଦୁଇଟି ହୁଲକ ଗିବନ ଆସିବା ପରେ ଏମାନଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.