fbpx

ଚୀନର ନୂଆ ଚାଲ୍! ବୈଦେଶିକ ମନ୍ତ୍ରୀ ଏବେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ନିଖୋଜ , ୨ ସପ୍ତାହ ଧରି…

ବେଜିଂ : ଚୀନ ନିଜର ମନ୍ତ୍ରୀମାନଙ୍କୁ ନିଖୋଜ ଅଛନ୍ତି ବୋଲି ଦର୍ଶାଉଛି । ରାଷ୍ଟ୍ରପତି ସି ଜିନପିଙ୍ଗ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଚୀନର ଅନ୍ୟ ଜଣେ ଅଧିକାରୀଙ୍କ ଅନୁପସ୍ଥିତି ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଚୀନର ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ପ୍ରାୟ ଦୁଇ ସପ୍ତାହ ହେବ ନିଖୋଜ ଅଛନ୍ତି । ସେମାନେ କେଉଁଠାରେ ଅଛନ୍ତି ତାହା କେହି ଜାଣନ୍ତି ନାହିଁ ।

ବର୍ତ୍ତମାନ ର୍ସାଜନିକ ଜୀବନରୁ ତାଙ୍କର ଅନୁପସ୍ଥିତି ବିଷୟରେ ଗୁଜବ ପ୍ରଚାରିତ ହେଉଛି । ଜାପାନରେ ଆମେରିକାର ରାଷ୍ଟ୍ରଦୂତ ରହମ୍ ଇମାନୁଏଲ୍ ମଧ୍ୟ ଗତ ଶୁକ୍ରବାର ଦିନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏ ବିଷୟରେ ମନ୍ତବ୍ୟ ଦେଇଛନ୍ତି ।

ଚାଇନାରେ ଏହା ହେଉଛି ଦ୍ୱିତୀୟ ହାଇ-ପ୍ରୋଫାଇଲ୍ ନିଖୋଜ । ଏହାପୂର୍ବରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ ମଧ୍ୟ ଜନସାଧାରଣଙ୍କ ନଜରରୁ ଅଦୃଶ୍ୟ ହୋଇଥିଲେ । ବେଜିଂରେ କଣ ଚାଲିଛି? ବର୍ତ୍ତମାନ ଏହି ବିଷୟରେ କେହି କିଛି ଜାଣନ୍ତି ନାହିଁ ।

Get real time updates directly on you device, subscribe now.