fbpx

ଓଡ଼ିଶା ଷ୍ଟାର୍ଟ ଅପ୍‍ ଯାତ୍ରା ଏବଂ ଷ୍ଟାର୍ଟ ଅପ୍‍ ଏକ୍ସପ୍ରେସ୍‍ ୨୦୨୩ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଷ୍ଟାର୍ଟ ଅପ୍‍ ଯାତ୍ରା ଓ ଷ୍ଟାର୍ଟ ଅପ୍‍ ଏକ୍ସପ୍ରେସ୍‍ ୨୦୨୩କୁ ଉଦ୍‍ଘାଟନ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ତୃଣମୂଳ ସ୍ତରରେ ୨୦୨୫ ପର୍ଯ୍ୟନ୍ତ ୫ ହଜାର ଷ୍ଟାର୍ଟ ଅପ୍‍ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୬୦ରୁ ଅଧିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏଥିରେ ସାମିଲ୍‍ କରାଯାଇ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ କରିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଆ ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରେ ଉଦ୍ଭାବନ ଓ ଔଦ୍ୟୋଗିକତା କ୍ଷେତ୍ରରେ ମାର୍ଗଦର୍ଶନ ତଥା ସଶକ୍ତ କରିବା ପାଇଁ ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟ-ଅପ୍‍ ଇକୋ ସିଷ୍ଟମ ମଧ୍ୟରେ ସୁଯୋଗ ପ୍ରଦାନ କରିବ ।

ସର୍ବନିମ୍ନ ୫୦ଟି ମନୋନୀତ ବିଚାରଧାରାକୁ ନେଇ ଏକ ତିନିଦିନିଆ ଷ୍ଟାର୍ଟ-ଅପ୍‍କୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାପରେ ଶୀର୍ଷ ୨୫ଟି ବିଚାରଧାରାକୁ ବଛାଯିବ । ଯାହା ମଧ୍ୟରୁ ୧୦ଟି ମୂଲ୍ୟବାନ ବିଚାରକୁ ଷ୍ଟାର୍ଟ-ଅପ୍‍ ମାଧ୍ୟମରେ ବିକଶିତ କରିବା ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ସହିତ ପୁରସ୍କୃତ କରାଯିବ ।

Get real time updates directly on you device, subscribe now.