fbpx

(Video) ଅମୀର ଖାନଙ୍କ ଝିଅ ଜାରି କଲେ ଭିଡିଓ ମେସେଜ, କହିଲେ ଡରିବା ଉଚିତ ନୁହେଁ

ମୁମ୍ବାଇ : ଅମୀର ଖାନଙ୍କ ଝିଅ ଇରା ଖାନ ସବୁବେଳେ ମାନସିକ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରିବା ସହ , ଖୋଲା ଖୋଲି ଭାବେ କଥା ହେବାକୁ ପସନ୍ଦ କରନ୍ତି । ସେ ନିଜେ ମଧ୍ୟ ଅନେକ ଦିନ ହେବ ଡିପ୍ରେସନରେ ଥିବା କଥା ଇଣ୍ଟଭ୍ୟୁରେ କହିଛନ୍ତି । ସେ ଯେତେବେଳେ ଡିପ୍ରେସନରେ ଥିଲେ ସେତେବେଳେ ସେ ଘଣ୍ଟା ଘଣ୍ଟା ଧରି କାନ୍ଦୁଥିଲେ ଅନେକ ଦିନ ଭୋକିଲା ରହୁଥିଲେ । ଏହାରି ମଧ୍ୟରେ ସେ ଅନେକ ଥର ଆତ୍ମହତ୍ୟା କରିବା ବିଚାର ତାଙ୍କ ମନକୁ ଆସିଛି । କିନ୍ତୁ ସେହି ସମୟରେ ସେ ନିଜ ସହିତ ଲଢିଥିଲେ ଏବଂ ନିଜକୁ ଅପରାଧ କରିବାରୁ ରୋକିଥିଲେ । ଏବେ ସେ ଖୁସିରେ ଅଛନ୍ତି ବୋଲି କହିଛନ୍ତି ।

ତେବେ ଅମୀରଖାନଙ୍କ ଝିଅ ସେହି ଲୋକମାନଙ୍କ ପାଇଁ ପ୍ରେରଣା, ଯେଉଁମାନେ ଛୋଟ ଛୋଟ କଥାକୁ ନେଇ ଆତ୍ମହତ୍ୟା ପାଇଁ ଚିନ୍ତା କରୁଛନ୍ତି । ଇରା ଖାନ ଆତ୍ମହତ୍ୟା ପ୍ରିଭେନସନ ଡେ’ ଅବସରରେ ଏକ ଭିଡିଓ ମେସେଜରେ କହିଛନ୍ତି ଯେ, ଲୋକମାନେ ସବୁବେଳେ ମାନସିକ ଚାପରେ ରହୁଛନ୍ତି । ସେମାନଙ୍କୁ ଏହି ରୋଗ ସହ ଲଢିବାକୁ ପଡିବ ।

ଇରାଙ୍କ ଅନୁସାରେ, ଯେଉଁମାନେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଭୟଭୀତ ହୋଇଯାଉଛନ୍ତି । ସେମାନେ ଭାବନ୍ତି ତାଙ୍କ ମନରେ ଯାହା ଚାଲିଛି ତାହା ସେ ଆଉ କାହାକୁ କହି ପାରିବେ ନାହିଁ କିମ୍ବା କହି ଦେଲେ କିଛି ଅସୁବିଧା ହୋଇଯିବ । କିନ୍ତୁ ଏହା ଠିକ ନୁହେଁ ଏହି ବିଷୟରେ ଅନ୍ୟମାନଙ୍କ ସହିତ କଥା ହେବା ଦ୍ୱାରା ଅପରପକ୍ଷ ଆପଣଙ୍କୁ ବୁଝିବ ଏବଂ ତାହା ଭିତରୁ ବାହାରିବା ପାଇଁ ରାସ୍ତା ଦେଖାଇବ ।

ଇରା ଖାନ ନିଜେ ମଧ୍ୟ ମାନସିକ ରୋଗରେ ପୀଡିତ ଥିଲେ ଏହା ପରେ ସେ ମାନସିକରୋଗୀଙ୍କ ପାଇଁ ସଚେତନତା ପ୍ରଚାର କରୁଛନ୍ତି । ୨୦୨୧ ମସିହାରେ ସେ ଏକ ଫାଉଣ୍ଡେସନ କରିଥିଲେ । ଯେଉଁଠାରେ ସେ ଡିପ୍ରେସନ ଭିତରେ ଫସିଥିବା ଲୋକମାନଙ୍କ ସାହାଯ୍ୟ କରୁଥିଲେ ।

ଇରା ଏବେ ତାଙ୍କ ପରସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ପୂର୍ବରୁ ନୁପୁର ଶିଖରଙ୍କ ସହିତ ତାଙ୍କର ଏନଗେଜମେଣ୍ଟ ହୋଇଛି । ଇରା ନୁପୁରଙ୍କ ସହିତ ତାଙ୍କ ଫଟୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.