fbpx

ପ୍ରକାଶ ପାଇଲା ରାଜ୍ୟ ସରକାରଙ୍କ ଶିକ୍ଷା ବର୍ଷ କ୍ୟାଲେଣ୍ଡର, ଚଳିତ ବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । କାରଣ ରାଜ୍ୟ ସରକାର ଯେଉଁ କ୍ୟାଲେଣ୍ଡର ଜାରି କରିଛନ୍ତି ସେଥିରେ ନିର୍ବାଚନ ସମ୍ପର୍କରେ ଉଲ୍ଲେଖ ନାହିଁ । ରାଜ୍ୟ ସରକାର ଉଚ୍ଚ ଶିକ୍ଷା ବିଭାଗ ପାଇଁ ୨୦୨୩-୨୪ କ୍ୟାଲେଣ୍ଡର ଜାରି କରିଛନ୍ତି ଯେଉଁଥିରେ ନିର୍ବାଚନ ବିଷୟରେ ଉଲ୍ଲେଖ ହୋଇ ନାହିଁ । ଯାହା ଫଳରେ ବାତିଲ ହୋଇଛି ଛାତ୍ର ସଂସଦ ନିର୍ବାଚନ । ଏବିଭିପି ଓ ଛାତ୍ର କଂଗ୍ରେସ ପକ୍ଷରୁ ନିର୍ବାଚନ କରିବା ପାଇଁ ଦାବି ହେଉଛି । କିନ୍ତୁ ସରକାର ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ହେବ ନାହିଁ ।

୨୦୧୭ରେ ଶେଷ ଥର ପାଇଁ ନିର୍ବାଚନ ହୋଇଥିଲା । ତେବେ ସେହି ବର୍ଷ ବିଜୁ ଛାତ୍ର ଜନତା ଦଳ ୯୫ ପ୍ରତିଶତ ଭୋଟ ପାଇ କ୍ୟାମ୍ପସରେ ବିଜୟ ହୋଇଥିବା ବେଳେ ଏବିଭିପି ୬୦ ପ୍ରତିଶତ ଓ ଛାତ୍ର କଂଗ୍ରେସ ୬୪ ପ୍ରତିଶତ ଭୋଟ ପାଇଥିଲା । ଚଳିତ ବର୍ଷ ରାଜ୍ୟ ସରକାର ଜାରି କରିଥିବା କ୍ୟାଲେଣ୍ଡରରେ ୧୮୦ ଦିନ ପାଠ ପଢା ଦିବସ ରହିଥିବା ବେଳେ ୭୨ ଦିନ ଛୁଟି ରହିଛି ।

Get real time updates directly on you device, subscribe now.