fbpx

(Video) ସାମ୍ନାକୁ ଆସିଲା ୧୦୦୦ବର୍ଷ ପୁରୁଣା ଏଲିଅନ ମମିଙ୍କ ମୃତଦେହ, ଦେଖନ୍ତୁ ତା’ର କେତୋଟି ଆଙ୍ଗୁଠି ରହିଛି

ଓଡିଶା ଭାସ୍କର; ବିଚିତ୍ର ତଥା ଏକ ଆଶ୍ଚର୍ଯ୍ୟକର ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି । ଏହା ଅଦ୍ଭୁତ ପରି ମନେ ହେଉଥିବା ବେଳେ ବାସ୍ତବରେ ତାହା ସର୍ବ ସମ୍ମୁଖରେ ପ୍ରଦର୍ଶିତ ହୋଇଛି । ୧୦୦୦ବର୍ଷର ପୁରୁଣା ଏଲିଅନଙ୍କ ମମିର ମୃତଦେହ ଦେଖିବାକୁ ମିଳିଛି । ଲାଟିନ ଆମେରିକୀୟ ଦେଶ ମେକ୍ସିକୋର ସଂସଦରେ ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦୁଇଟି ଏଲିଅନଙ୍କ ମୃତଦେହ ପ୍ରଦର୍ଶିତ ହୋଇଛି। ସଂସଦରେ ୟୁଏଫଓ ବିଶେଷଜ୍ଞ ଜାମି ମୋସନଙ୍କ ଦ୍ୱାରା ଏହି ମୃତହେଦଗୁଡିକ ଉନ୍ମୋଚିତ ହୋଇଥିଲା । ସଂସଦରେ ପ୍ରଦର୍ଶିତ ଏହି ମମିଗୁଡିକ ଗ୍ଲାସ ବାକ୍ସରେ ରଖାଯାଇଥିଲା ଯାହା ଦ୍ୱାରା ଅନ୍ୟ ଲୋକମାନେ ମଧ୍ୟ ଦେଖିପାରିବେ। ସାଧାରଣ ମାନବ ପରି ଏହି ମମିମାନଙ୍କର ଚେହେରା ରହିଛି । ମାତ୍ର ତାଙ୍କ ହାତ ଓ ପାଦରେ ତିନୋଟି ଆଙ୍ଗୁଠି ରହିଥିବା ଦେଖିବାକୁ ମିଳିଛି ।

ଆୟୋଜକମାନେ ଦାବି କରିଛନ୍ତି ଯେ, ଏହି ଦୁଇଟି ଏଲଅନ ମମି ହୋଇସାରିଛନ୍ତି। ଏହି ମୃତଦେହଗୁଡିକ ୧୦୦୦ବର୍ଷ ପୁରୁଣା ଏବଂ ଏହାକୁ ପେରୁର କୁସ୍କୋରୁ ଉଦ୍ଧାର କରାଯାଇଛି। ୟୁଏଫଓ ବିଶେଷଜ୍ଞ କହିଛନ୍ତି, ମେକ୍ସିକୋର ଏକ ବିଶ୍ୱବିଦ୍ୟାଳୟରେ ୟୁଏଫଓ ନମୁନା ବିଷୟରେ ଅଧ୍ୟୟନ କରାଯାଇଛି। ଯେଉଁଠାରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ରେଡିଓକାର୍ବନ ଡେଟିଂ ଦ୍ୱାରା ସେମାନେ ଡିଏନଏ ପ୍ରମାଣ ପାଇବାରେ ସଫଳ ହୋଇଛନ୍ତି । ତେବେ ଏହାକୁ ନେଇ ମେକ୍ସିକୋ ସଂସଦ ଭିତରେ ଏହି ଦୁଇଟି ମୃତଦେହକୁ ପର୍ୟ୍ୟବେକ୍ଷକଙ୍କ ଦେଖିବା ପାଇଁ ସଂସଦରେ ରଖାଯାଇଛି ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଏହି ନମୁନାଗୁଡିକ ଆମ ପୃଥିବୀର ବିବର୍ତ୍ତନର ଅଂଶ ନୁହେଁ। ଏଗୁଡିକ ଏକ ଶୈବାଳରୁ ମିଳିଛି ଯାହା ପରେ ଜୀବାଶ୍ମରେ ପରିଣତ ହୋଇଛି। ଏହି ସମ୍ବନ୍ଧରେ ରିସର୍ଚ୍ଚ କରୁଥିବା ମୋସନ ଜଣେ ସାମ୍ବାଦିକ ଏବଂ ଦୀର୍ଘ ଦିନ ଧରି ସେ ପରଗ୍ରହ ଜୀବମାନଙ୍କ ବିଷୟରେ ଅନୁସନ୍ଧାନ କରିଆସୁଛନ୍ତି ।

Get real time updates directly on you device, subscribe now.