ନିଜକୁ ଜୀବିତ ବୋଲି ପ୍ରମାଣିତ କରିବାକୁ ଏ ଅଫିସରୁ ସେ ଅଫିସ୍ ଚକ୍କର କାଟୁଛନ୍ତି ବ୍ୟକ୍ତି, କାର୍ଯ୍ୟରୁ ମୁକ୍ତ କରିବା ବଦଳରେ ଜୀବନରୁ ମୁକ୍ତ କରି ଦେଇଛନ୍ତି ଅଧିକାରୀ

ନୂଆଦିଲ୍ଲୀ:  ‘ସାହେବ, ମୁଁ ଏବେ ବି ବଞ୍ଚିଛି’ ଏହି କେତୋଟି ଶବ୍ଦ ଉତ୍ତରପ୍ରଦେଶ ଦେବରିଆ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ରାଜେନ୍ଦ୍ର ଶୁକ୍ଳାଙ୍କର ଯିଏ ଗତ ୩ ମାସ ଧରି ନିଜ ଦରମା ଲାଗି ବିଭିନ୍ନ ଅଫିସରଙ୍କ କାର୍ଯ୍ୟାଳୟରେ ଚକ୍କର କାଟୁଛନ୍ତି । ପ୍ରକୃତ ଘଟଣା ହେଉଛି ତାଙ୍କର ବଦଳି ପରେ ସ୍ୱାସ୍ଥ୍ୟବିଭାଗର ଦାୟିତ୍ୱହୀନତା କାରଣରୁ ଜୀବିତ ରାଜେନ୍ଦ୍ର ଶୁକ୍ଳାଙ୍କୁ ସରକାରୀ ପୋର୍ଟାଲରେ ମୃତ ଘୋଷିତ କରିଦିଆଯାଇଛି । ଫଳରେ ସେ ତାଙ୍କ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି । ଦରମା ପାଇବାକୁ ଏବେ ସେ ନିଜକୁ ଜୀବିତ ବୋଲି ପ୍ରମାଣ ଦେବା ଓ ସ୍ୱାସ୍ଥ୍ୟବିଭାଗର ଭୁଲ୍‌କୁ ସୁଧାରିବାରେ ଲାଗି ପଡିଛନ୍ତି ।

ଏହି ଭୁଲ୍ ମହର୍ଷି ଦେବରାହା ବାବା ମେଡିକାଲ କଲେଜ, ଦେବରିୟା ପ୍ରଶାସନ ପକ୍ଷରୁ କରାଯାଇଛି ଯାହାର ପରିଣାମ ଏଠାରୁ ବଦଳି ହୋଇ ଗୋରଖପୁରର ସଦର ଚିକିତ୍ସାଳୟରେ ୱାର୍ଡ ମାଷ୍ଟର ପଦବୀରେ କାର୍ଯ୍ୟରତ ରାଜେନ୍ଦ୍ର ଶୁକ୍ଳାଙ୍କୁ ଭୋଗିବାକୁ ପଡୁଛି । ସେ ନିଜର ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଇମେଲ୍ ଜରିଆରେ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହି ତାଙ୍କ ଆବେଦନ ଶୁଣି ନାହାନ୍ତି ।

ରାଜେନ୍ଦ୍ର ଶୁକ୍ଳାଙ୍କୁ କେବଳ ଦେବରିୟା ମେଡିକାଲ କଲେଜରୁ ରିଲିଭ୍ କରିବାର ଥିଲା କିନ୍ତୁ ମେଡିକାଲ କଲେଜର କର୍ମଚାରୀ ପୋର୍ଟାଲ ଜରିଆରେ ଏହି ଦୁନିଆରୁ ହିଁ ରାଜେନ୍ଦ୍ରଙ୍କୁ ରିଲିଭ୍ କରିଦେଇଛନ୍ତି । ଏବେ ଏଥିରେ ସିଏମଓ, ଡାକ୍ତର ରାଜେଶ ଝା ଏବଂ ମେଡିକାଲ କଲେଜ ପ୍ରବକ୍ତା ଡାକ୍ତର ଏଚ୍ କେ ମିଶ୍ରା ସଂଶୋଧନ କରିବାର ଆବଶ୍ୟକତା ରହିଛି ।

ରାଜେନ୍ଦ୍ର ଶୁକ୍ଳା କହିଛନ୍ତି, ମୁଁ ଜୀବିତ ଅଛି ଓ ଜିଲ୍ଲା ହସ୍ପିଟାଲ ଗୋରଖପୁରରେ ଏବେ କାର୍ଯ୍ୟରତ । କିନ୍ତୁ ମହର୍ଷିିର୍ ଦେବରାହା ବାବା ମେଡିକାଲ କଲେଜର କାଗଜପତ୍ରରେ ମୋତେ ମୃତକ ଘୋଷଣା କରିଦିଆଯାଇଛି । ଫଳରେ ୩ ମାସ ହେବ ମୋତେ ଦରମା ମିଳିନାହିଁ । ଏବେ ୪ମାସ ହେବାକୁ ବସିଲାଣି । ଏହି ପୁରା ମାମଲାରେ ସିଏମଓ କହିଛନ୍ତି ପୋର୍ଟାଲରେ ତଥ୍ୟ ଭରିବା ସମୟରେ କିଛି ଟେକନିକାଲ ତ୍ରୁଟି ଯୋଗୁ ଏପରି ହୋଇଛି ଯାହାର ସଂଶୋଧିନ ଲାଗି ପତ୍ର ଲେଖାଯାଇଛି । ଏଥି ନିମେନ୍ତ ଯାଞ୍ଚ ଟିମ୍ ବି ଗଠନ କରାଯାଇଛି ।