fbpx

Big Breaking: ହୀରାକୁଦ ଡ୍ୟାମର ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମରେ ଆଉ ୪ଟି ଗେଟ ଖୋଲିବା ଖବର ସାମ୍ନାକୁ ଆସିଛି । ଏବେ ଏହାକୁ ମିଶାଇ ୧୪ଟି ଗେଟ୍ ଦେଇ ନିଷ୍କାସନ କରୁଛି ବନ୍ୟା ଜଳ । ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ଯୋଗୁଁ ଏପରି ପରିସ୍ଥିତି ଦେଖାଯାଇଛି ।

ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ କିଛିଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଉପର ମୁଣ୍ଡରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ତେବେ ନଦୀରେ ପାଣିର ପରିମାଣ ଅଧିକ ହେବାରୁ ହୀରାକୁଦ ଡ୍ୟାମର ଗେଟ୍ ଗୋଟିଏ ପରେ ଗୋଟିଏ ଖୋଲିବାକୁ ଲାଗିଛି । ଗତକାଲି ଅପରାହ୍ନରେ ଉଭୟ ବାମ ଏବଂ ଦକ୍ଷିଣ ପାଶ୍ୱର୍ରେ ଗୋଟିଏ ଲେଖାଏଁ ଗେଟ୍ ଖୋଲିଥିଲା । ସେହିପରି ଆଜି ସକାଳେ ୮ଟି ଗେଟ୍ ଖୋଲିଥିଲା ।

ହୀରାକୁଦ ଡ୍ୟାମର ଗତକାଲି ୨ଟି ଗେଟ ଖୋଲା ଯାଇଥିବା ବେଳେ ଆଜି ପୁଣି ୮ଟି ଗେଟ ଖୋଲା ଯାଇଛି । ସକାଳେ ମୋଟ ୧୦ଟି ଗେଟ ଦେଇ ହୀରାକୁଦ ଡ୍ୟାମର ଜଳ ନିଷ୍କାସନ ହେଉଥିଲା। ସକାଳ ୬ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୨୮.୭୧ ଫୁଟ ରହିଥିଲା। ଏହା ବ୍ୟତୀତ ଏହି ଡ୍ୟାମକୁ ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୨ ହଜାର ୧୯୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ବର୍ତ୍ତମାନ କେତେ ପରିମାଣରେ ଜଳ ନିଷ୍କାସିତ ହେଉଛି ତାହା ଜଣାପଡିନାହିଁ ।

Get real time updates directly on you device, subscribe now.