ଆସିଲା ବିଏସଏନଏଲର ଦମଦାର ପ୍ଲାନ, ସବୁଠାରୁ ଅଧିକ ଡେଲି ଡାଟା, ଭାଲିଡିଟିରେ ଜିଓ ଓ ଏୟାରଟେଲ ଠାରୁ ଆଗରେ

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ ୟୁଜର୍ସଙ୍କୁ ବହୁ ବଢିଆ ପ୍ଲାନ ଅଫର କରୁଛି । କମ୍ପାନୀର କିଛି ପ୍ଲାନ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ୍-ଆଇଡିଆକୁ ବି ଟକ୍କର ଦେଉଛି । ବିଏସଏନଏଲର ୨୯୯ ଟଙ୍କା ପ୍ଲାନ ଏଥିମଧ୍ୟରୁ ଅନ୍ୟତମ । ଏହି ପ୍ଲାନରେ ଆପଣଙ୍କୁ ଇଣ୍ଟରନେଟ ୟୁଜ କରିବା ଲାଗି ପ୍ରତିଦିନ ୩ଜିବି ଡାଟା ମିଳିବ । ଏହି ପ୍ଲାନରେ କମ୍ପାନୀ ଅନଲିମିଟେଡ୍ କଲିଂ ଓ ପ୍ରତିଦିନ ମାଗଣାରେ ୧୦୦ ଏସଏମଏସ ସୁବିଧା ମଧ୍ୟ ଦେଉଛି । ବିଏସଏନଏଲର ଏହି ପ୍ଲାନ ୩୦ ଦିନର ଭାଲିଡିଟି ସହ ଆସୁଛି । କମ୍ପାନୀ ଏହି ପ୍ଲାନରେ ୟୁଜର୍ସଙ୍କୁ ବେଷ୍ଟ ବେନିଫିଟ୍ ଅଫର କରୁଛି ।

ଜିଓର ଏହି ପ୍ଲାନ ୨୮ ଦିନ ଭ୍ୟାଲିଡିଟି ସହ ଆସୁଛି । ଏହି ପ୍ଲାନରେ ଇଣ୍ଟରନେଟ ୟୁଜ୍ କରିବା ଲାଗି ଆପଣଙ୍କୁ ପ୍ରତିଦିନ ୨ଜିବି ଡାଟା ମିଳିବ । ଏହାର ଆନିଭର୍ସାରୀ ଅଫରରେ ୭ଜିବି ଏକ୍ସଟ୍ରା ଡାଟା ବି ମିଳୁଛି । ଏହି ପ୍ଲାନରେ କମ୍ପାନୀ ଯୋଗ୍ୟ ୟୁଜର୍ସଙ୍କୁ ଅନଲିମିଟେଡ୍ ୫ ଜିବି ଡାଟା ବି ଦେଉଛି ।

ଅନ୍ୟପକ୍ଷରେ ଏୟାରଟେଲର ୨୯୯ ଟଙ୍କିଆ ପ୍ଲାନର ଭ୍ୟାଲିଡିଟି ୨୮ ଦିନ ପର୍ଯ୍ୟନ୍ତ ରହିଛି । ଏଥିରେ ଆପଣଙ୍କୁ ପ୍ରତିଦିନ ୧.୫ଜିବି ଡାଟା ମିଳିବ । ୫ଜି ନେଟୱାର୍କ ଏରିଆରେ ରହୁଥିବା ୟୁଜର୍ସଙ୍କୁ ଏହି ପ୍ଲାନ ସହିତ ଅନଲିମିଟେଡ୍ ୫ଜି ଡାଟା ମିଳିବ । ସେହିପରି ଭୋଡାଫୋନ୍-ଆଇଡିଆର ଏହି ୨୯୯ ଟଙ୍କିଆ ପ୍ଲାନ ୨୮ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଏଥିରେ ଆପଣଙ୍କୁ ୧.୫ ଜିବି ଡାଟା ମିଳିବ । କିନ୍ତୁ ଭିଆଇ ଆପରେ ରିଚାର୍ଜ କରୁଥିବା ୟୁଜର୍ସଙ୍କୁ ମାଗଣାରେ ୫ଜିବି ଏକ୍ସଟ୍ରା ଡାଟା ମିଳିବ ।