fbpx

ବଡ଼ ଖବର; ନୂଆଖାଇ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ, ୨୧ ତାରିଖ ପରିବର୍ତ୍ତେ ୨୨ରେ ହେବ ନିର୍ବାଚନ

ଭୁବନେଶ୍ୱର; ନୂଆଖାଇ ପାଇଁ ଘୁଞ୍ଚିଲା ଓଡିଶା ବାଚସ୍ପତି ନିର୍ବାଚନ । ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ପୂର୍ବରୁ ୨୧ ତାରିଖ ଅର୍ଥାତ ନୂଆଖାଇ ଦିନ ନିର୍ବାଚନ ହେବା ନେଇ ସ୍ଥିର ହୋଇଥିଲା। କିନ୍ତୁ ଓଡିଶା ତଥା ପଶ୍ଚିମ ଓଡ଼ିଶାର ଏକ ବଡ଼ ପର୍ବ ନୂଆଖାଇ ଉକ୍ତ ଦିନରେ ରହୁଥିବାରୁ ନିର୍ବାଚନକୁ ଆଉ ଦିନଟିଏ ପାଇଁ ଘୁଞ୍ଚାଇ ଦିଆଯାଇଛି । ୨୨ ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ ହେବ ବୋଲି ସୂଚନା ମିଳିଛି। ନୂଆଖାଇ ପାଇଁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି ।

Get real time updates directly on you device, subscribe now.