fbpx

‘ପିଏମ୍‍-ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ ସାଧାରଣ ଲୋକଙ୍କୁ କ’ଣ ମିଳିବ ଫାଇଦା ?

ନୂଆଦିଲ୍ଲୀ: ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍‍-ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଜରିଆରେ ପାରମ୍ପରିକ ହସ୍ତଶିଳ୍ପୀ ଏବଂ କାରିଗରମାନଙ୍କୁ ଅଧିକ ସଶକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଯୋଜନାରେ ମୂର୍ତ୍ତି କାରିଗର, କମାର, ବଢ଼େଇ, ରାଜମିସ୍ତ୍ରିଙ୍କ ସମେତ ୧୮ଟି ବର୍ଗର କାରିଗର ଓ ହସ୍ତଶିଳ୍ପୀ ଉପକୃତ ହେବେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ଅନ୍‍ଲାଇନ୍‍ ଜରିଆରେ ଆବେଦନପତ୍ର ଗ୍ରହଣ କରାଯାଉଛି ।

ଆବେଦନପତ୍ର ଯାଞ୍ଚ କରାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ପରିଚୟପତ୍ର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ। ସେମାନଙ୍କୁ ଏହି ଯୋଜନାରେ ଥିବା ସମସ୍ତ ସୁବିଧା ଓ ସହାୟତା ପ୍ରଦାନ କରାଯିବ। ସୂଚନା ଅନୁଯାୟୀ, ୫ ରୁ ୭ ଦିନ ଯାଏଁ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ୧୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନରାଶି ପ୍ରଦାନ କରାଯିବ । ସେହିପରି ୧ ଲକ୍ଷ ଟଙ୍କା ଲେଖାଏଁ ହିତାଧିକାରୀମାନଙ୍କୁ ବନ୍ଧକମୁକ୍ତ ଋଣ ପ୍ରଦାନ କରାଯିବ ।

https://x.com/ANI/status/1703320125502550035?s=20

Get real time updates directly on you device, subscribe now.