fbpx

ପାର୍ବଣ ଋତୁରେ ଅର୍ଥମନ୍ତ୍ରୀଙ୍କର ବଡ଼ ଉପହାର: ଏହି ଲୋକଙ୍କୁ ଏବେ ସୁଧ ଉପରେ ମିଳିବ ୮ ପ୍ରତିଶତ ସବସିଡି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଛି । ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ଏକ ଖୁସି ଖବର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱକର୍ମା ଯୋଜନା ଅଧୀନରେ କାରିଗରମାନଙ୍କୁ ଦିଆଯାଇଥିବା ଋଣ ଉପରେ ସରକାର ୮ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏହି ଯୋଜନା ଆରମ୍ଭ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ସରକାର ୨୦୨୩-୨୪ ପାଇଁ ବଜେଟରେ ୧୩,୦୦୦ କୋଟି ଟଙ୍କା ପ୍ରଦାନ କରିସାରିଛନ୍ତି ।

ବିଶ୍ୱକର୍ମା ଯୋଜନା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, କାରିଗରମାନଙ୍କୁ ପାଞ୍ଚ ପ୍ରତିଶତ ସୁଧ ହାରରେ କୋଲେଟରଲ ଫ୍ରୀ ଲୋନ୍ ପ୍ରଦାନ କରାଯିବ । ସେ କହିଛନ୍ତି ଯେ, ଏହି ଯୋଜନାରେ ବଢ଼େଇ, ସୁନା କାରିଗର, ଲୁହା କାରିଗର, ରାଜମିସ୍ତ୍ରୀ, ମୂର୍ତ୍ତିକାର ଓ ନାବିକଙ୍କ ସହ ଜଡିତ ୧୮ ଟି କ୍ଷେତ୍ର ରହିଛି । ଏହା ଅଧୀନରେ ସରକାର ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବେ ।

ପ୍ରଥମେ ୧ ଲକ୍ଷ ଟଙ୍କା ଋଣ ପାଇବେ :-
ସେ କହିଛନ୍ତି ଯେ ପ୍ରାରମ୍ଭରେ ୧ ଲକ୍ଷ ଟଙ୍କା ଋଣ ଦିଆଯିବ ଏବଂ ୧୮ ମାସ ପରିଶୋଧ ପରେ ହିତାଧିକାରୀ ଅତିରିକ୍ତ ୨ ଲକ୍ଷ ଟଙ୍କା ପାଇବାକୁ ଯୋଗ୍ୟ ହେବେ ।

ଆପଣ ଏହି ସୁବିଧା ପାଇବେ :-

ଏହି ଯୋଜନାରେ କେବଳ ଆର୍ôଥକ ସହାୟତା ନୁହେଁ ବରଂ ଉନ୍ନତ କୌଶଳ ତାଲିମ, ଆଧୁନିକ ଡିଜିଟାଲ ଟେକ୍ନୋଲୋଜି ଏବଂ ଦକ୍ଷ ସବୁଜ ପ୍ରଯୁକ୍ତିବିଦ୍ୟା, ବ୍ରାଣ୍ଡ ପ୍ରୋତ୍ସାହନ, ସ୍ଥାନୀୟ ତଥା ବିଶ୍ୱ ବଜାର ସହିତ ସଂଯୋଗ, ଡିଜିଟାଲ ଦେୟ ଏବଂ ସାମାଜିକ ସୁରକ୍ଷା ମଧ୍ୟ ସାମିଲ ହେବ ।

ହିତାଧିକାରୀମାନେ ପାଇବେ ଦୈନିକ ୫୦୦ ଟଙ୍କା ଭତ୍ତା :-
ସେ କହିଛନ୍ତି ଯେ ପ୍ରତ୍ୟେକ ହିତାଧିକାରୀଙ୍କୁ ଦୈନିକ ୫୦୦ ଟଙ୍କା ଭତ୍ତା ସହିତ ପାଞ୍ଚ ଦିନ ପାଇଁ ଦକ୍ଷତା ତାଲିମ ଦିଆଯିବ । ପ୍ରତ୍ୟେକ ହିତାଧିକାରୀଙ୍କୁ ତିନି ସ୍ତରୀୟ ଢ଼ଙ୍ଗରେ ଚିହ୍ନଟ କରାଯିବ ।

୧୫,୦୦୦ ଟଙ୍କା ଦିଆଯିବ :-
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ବ୍ୟତୀତ ଟୁଲ୍କିଟ୍ ପ୍ରୋତ୍ସାହନ ଭାବରେ ୧୫,୦୦୦ ଟଙ୍କା ଅନୁଦାନ ପ୍ରଦାନ କରାଯିବ । ଡିଜିଟାଲ କାରବାର ପାଇଁ ଏକ ମାସରେ ୧୦୦ ପର୍ଯ୍ୟନ୍ତ କାରବାର ପାଇଁ ପ୍ରତି କାରବାରରେ ୧ ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯିବ । ଏହା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ଶ୍ରେଣୀ (ଓବିସି), ମହିଳା ଏବଂ ଦୁର୍ବଳ ବିଭାଗକୁ ବହୁ ଉପକୃତ କରିବ ।

Get real time updates directly on you device, subscribe now.