fbpx

ଏସିଆ କପ୍‌ରେ ଜିତିବା ପରେ ବି ଭାରତକୁ ଝଟ୍‌କା, ପାକିସ୍ତାନ ୱାନ୍ ଡେ’ରେ ନମ୍ବର ୱାନ ହେଲା

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍ ଏସିଆ କପ୍ ୨୦୨୩ ଚାମ୍ପିଅନ ପାଲଟିଯାଇଛି । କିନ୍ତୁ ଏହି ବିଜୟ ପରେ ଭାରତକୁ ଆଇସିସି ୱାନ ଡେ’ ର‌୍ୟାଙ୍କିଙ୍ଗରେ ବଡ ଝଟକା ଲାଗିଛି । କାରଣ ପାକିସ୍ତାନ କ୍ରିକେଟ ଟିମ୍ ପୁଣି ଥରେ ୱାନ ଡେ’ର ନମ୍ବର ୱାନ ଟିମ୍ ପାଲଟିଯାଇଛି ।

ଏସିଆ କପ୍‌ର ସୁପର ୪ରେ ସବୁଠାରୁ ତଳେ ଥିବା ପାକିସ୍ତାନ ଆଇସିସି ର‌୍ୟାଙ୍କିଙ୍ଗରେ ବଡ ସଫଳତା ପାଇଛଇ । ପାକିସ୍ତାନକୁ ଦକ୍ଷିଣ ଆଫିକା ବିଜୟରୁ ବଡ ଫାଇଦା ମିଳିଛି । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ୱାନ ଡେ’ ସିରିଜ୍‌ରେ ୫ମ ତଥା ଶେଷ ମ୍ୟାଚରେ ଆଫ୍ରିକା ୧୨୨ ରନ୍‌ରେ ବିଜୟ ଲାଭ କରି ୱାନଡେ’ ର‌୍ୟାଙ୍କିଙ୍ଗରେ ନମ୍ବର ୧ରେ ରହିଛି ଓ ଅଷ୍ଟ୍ରେଲିଆକୁ ୩ୟ ସ୍ଥାନକୁ ଠେଲି ଦେଇଛି । ପାକିସ୍ତାନ ପୁଣି ଥରେ ଏକ ଦିବସୀୟରେ ନଂ ୧ ଟିମ୍ ହେବାରେ ସଫଳ ହୋଇଛି ।

ଟିମ୍ ଇଣ୍ଡିଆ ଆଇସିସି ୱାନ ଡେ’ ର‌୍ୟାଙ୍କିଙ୍ଗରେ ୨ୟ ସ୍ଥାନରେ ରହିଛି । ଏସିଆ କପ୍ ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିରୁଦ୍ଧରେ ୨୨ ସେପ୍ଟେମ୍ବରରେ ତିନୋଟି ୱାନଡେ’ ମ୍ୟାଚ୍‌ର ଘରୋଇ ସିରିଜ୍ ଖେଳିବ । ଏହି ସିରିଜ୍ ଜରିଆରେ ଭାରତୀୟ ଟିମ୍ ନଂ ୧ ପୋଜିସନ ହାସଲ କରିପାରିବେ ।

Get real time updates directly on you device, subscribe now.