fbpx

ଗାଈକୁ ଦୁର୍ବ୍ୟବହାର କରୁଥିଲେ ବ୍ୟକ୍ତି, ଏହା ପରେ ଗାଈ କଲା ଏପରି ଅବସ୍ଥା…

ଏହି ସଂସାରରେ ସମସ୍ତେ ଏହି କଥାକୁ ମାନନ୍ତି କର୍ମ ଫଳ ଲୋକମାନଙ୍କୁ ନିଶ୍ଚିତ ମିଳିଥାଏ । ଯଦି ଆପଣ ଭଲ କାମ କରିବେ ତେବେ ଆପଣଙ୍କୁ ତାହାର ଭଲ ଫଳ ମିଳିବ । ଯଦି ଖରାପ କାମ କରିବେ ତେବେ ଆପଣଙ୍କୁ ଖରାପ ଫଳ ମିଳିବ । ଏହି କଥାକୁ ସତ ପ୍ରମାଣିତ କରୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଗାଈ ସାଙ୍ଗରେ ଏପରି କିଛି କରୁଛନ୍ତି ଯାହା ଫଳରେ ଗାଇ ରାଗିଯାଇ ସେହି ବ୍ୟକ୍ତିଙ୍କ ଅବସ୍ଥା ଖରାପ କରୁଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଗାଈକୁ ତାର ବେକରେ ବନ୍ଧା ହୋଇଥିବା ଦଉଡିକୁ ଟାଣିବା ପରେ ମଧ୍ୟ ଗାଈ ତାହାର ସ୍ଥାନରୁ ଆଗକୁ ଯାଉ ନାହିଁ । କିନ୍ତୁ ପରେ ଏହି ବ୍ୟକ୍ତି ଜଣଙ୍କ ଗାଈକୁ ଗୋଇଠା ମାରିବା ସହିତ ତା’ର ଲଞ୍ଜକୁ ମୋଡୁଛନ୍ତି । ଏହା ପରେ ଗାଈ ରାଗି ତାର ସିଙ୍ଘରେ ସେହି ବ୍ୟକ୍ତିଙ୍କୁ ଧକ୍କା ଦେଉଛି, ବ୍ୟକ୍ତି ଜଣଙ୍କ ତଳେ ପଡିବା ପରେ ଗାଈ ବ୍ୟକ୍ତି ଉପରେ ବସି ପଡୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହେବାରେ ଲାଗିଛି । ଏହାକୁ ସେୟାର କରିଥିବା ବ୍ୟକ୍ତି ଲେଖିଛନ୍ତି – ମତେ ବିଲକୁଲ ଖରାପ ଲାଗୁନି ଏହି ବ୍ୟକ୍ତିଙ୍କ ସହ ଯାହା ଘଟୁଛି । ଏହି ଭିଡିଓକୁ ଏବେ ୬୪ ହଜାରରୁ ଅଧିକ ଲୋକ ଲାଇକ କରିସାରିଛନ୍ତି ।

Get real time updates directly on you device, subscribe now.