fbpx

ଇତିହାସ ରଚିଲା ଭାରତୀୟ ପୁରୁଷ ଭଲିବଲ ଟିମ୍: ୧୯୬୬ ମସିହା ଠାରୁ ପ୍ରତିବର୍ଷ ପଦକ ଜିତି ଆସୁଥିବା ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଚଳିତ ଏସିଆନ ଗେମ୍ସ ୨୦୨୩ରେ ଭାରତ ଇତିହାସ ରଚିଛି । ୧୯୬୬ ମସିହା ଠାରୁ ପ୍ରତିବର୍ଷ ପଦକ ଜିତି ଆସୁଥିବା ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପରାସ୍ତ କରି ବିଶ୍ୱ ରେକର୍ଡ କରିଛି ଭାରତୀୟ ଭଲିବଲ ଦଳ । ୩ ଥର ବିଶ୍ୱ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ଦକ୍ଷିଣ କୋରିଆକୁ ଭାରତ ଫାଇନାଲ ପୁଲ ମ୍ୟାଚରେ ୩-୨ରେ ପରାସ୍ତ କରିଛି । ଦୁଇଟି ମ୍ୟାଚରେ ବିଜୟ ଓ ଦୁଇଟିରେ ପରାଜୟ ସହ ଭାରତ ପୁଲରେ ଶୀର୍ଷସ୍ଥାନରେ ରହିଛି ।

ଏହି ବିଜୟ ଫଳରେ ଭାରତୀୟ ଭଲିବଲ ଦଳର ମନୋବଳ ବହୁମାତ୍ରାରେ ବୃଦ୍ଧି ପାଇଛି । ଭାରତ ପୁଲରେ ଶୀର୍ଷସ୍ଥାନରେ ରହିବା ସହିତ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଗତ ୧୯୬୬ ମସିହା ପରଠାରୁ ଦୀର୍ଘ ୫୭ ବର୍ଷ ଧରି ଦକ୍ଷିଣ କୋରିଆ ଏସିଆନ ଗେମ୍ନରେ ପଦକ ହାସଲ କରି ଆସୁଥିଲା । ମାତ୍ର ଭାରତ କୋରିଆର ଉକ୍ତ ରେସରେ ବ୍ରେକ୍ ଲଗାଇଛି ।

ଆଜି ମ୍ୟାଚରେ ଦୁଇ ଦେଶ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଥିଲା । ପ୍ରାରମ୍ଭିକ ଅବସ୍ଥାରେ ଭାରତ କେବଳ ଗୋଟିଏ ପଏଣ୍ଟରେ ଲିଡରେ ରହିଥିଲା । ପରେ ମ୍ୟାଚ ୨୫-୨୫ରେ ରହି ସମାନ ସ୍ତରରେ ରହିଥିବା ବେଳେ ଭାରତ ଖେଳକୁ ୨୯-୨୭ ସ୍ଥିତିକୁ ନେଇଆସିଥିଲା । ଭାରତୀୟ ଦଳର ଅଧିନାୟକ ଭିନିତ କୁମାର କ୍ରମାଗତ ଭାବେ ଦଳ ପାଇଁ ପଏଣ୍ଟ ହାସଲ କରିଥିଲେ । ଆଜିର ଖେଳରେ ଦକ୍ଷିଣ କୋରିଆର ଖେଳାଳିଙ୍କ ଆକ୍ରମଣାତ୍ମକ ଭୂମିକା ଦେଖିବାକୁ ମିଳିଥିଲା । ମାତ୍ର ଭାରତୀୟ ଖେଳାଳିମାନେ ତାହାକୁ ରକ୍ଷଣଶୀଳ ଭାବେ ଚେଜ୍ କରିଥିଲେ ।

Get real time updates directly on you device, subscribe now.